ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ସୁରେଶ୍ୱରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ଠାରେ ଆଜି ଶିଶୁ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ପ୍ରଥମେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ୱାରା ଛାତ୍ରଛାତ୍ରୀ ଙ୍କୁ ଫୁଲ ଓ ଚନ୍ଦନ ଲଗାଇ ସ୍ୱଗତ କରାଯାଇଥିଲା l ପରେ ଜବାହାରଲାଲ ନେହେରୁ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା l ଏହି ଦିବସ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ ନେଇ ଏକ ଫେନ୍ସୀଡ୍ରେସ ପ୍ରତିଯୋଗିତା କରାଯାଇଥିଲା l ଛାତ୍ରଛାତ୍ରୀ ମାନେ ବିଭିନ୍ନ ବେଶରେ ନିଜକୁ ସଜାଇ ଏହି ପ୍ରତିଯୋଗିତା ରେ ଭାଗ ନେଇ ଥିଲେ l ତେବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ସୁବାସିନୀ ପୁଝାରୀ ଙ୍କ ଅଧ୍ୟକ୍ଷତା ରେ ହୋଇଥିବା ଏହି ପ୍ରତିଯୋଗିତା ରେ ଗଡଭିତର କ୍ଲଷ୍ଟର ର ଆଞ୍ଚଳିକ ସାଧନା ସଂଯୋଜକ ବୁଦ୍ଧଦେବ ସା, ପଟାଭାଡ଼ି ସରକାରୀ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ମିଶ୍ର ଙ୍କ ସହ ବିଚାରକ ଭାବେ ସୁଜାତା ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ସତ୍ୟନାରାଣ ପଧାନ ଏସଏମସି ସଭାପତି ପ୍ରଦୀପ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ସୁଜାତା ମହାନ୍ତି ପରିଚାଳନା କରିଥିଲେ ଶେଷ ରେ କୃତି ପ୍ରତିଯୋଗୀ ସିନିୟର ଗ୍ରୁପରୁ ଦେବାଶିଷ ରାଉତ, ହର୍ଷାରାଣୀ ନାୟକ, ପରିତୋଷ ପୁଝାରୀ ସେହିପରି ଜୁନିଅର ଗ୍ରୁପ ରୁ ସାଇ ସ୍ୱରୂପ ଦାନୀ, ସୁନିତା ସାହୁ, ରୁପାଲୀ ଶଙ୍ଖୁଆ ଙ୍କୁ ପୁରସ୍କୃତ କରାଯାଇଥିଲା ତେବେ ଏହି ପ୍ରତିଯୋଗିତା ରେ ୪୪ ଜଣ ଛାତ୍ରଛାତ୍ରୀ ଭାଗ ନେଇ ଥିବା ବେଳେ ଏହି ଦିବସ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.