ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ବରିଷ୍ଟ ନାଗରିକ ସଂଘର ସଭାପତିଙ୍କ ହୃଦଘାତରେ ଦେହାନ୍ତ 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକ ଷୋଳଘର ଗ୍ରାମର ଜଣେ ଗରିବ ଘର ପୁଅ ନରସିଂହ ପଣ୍ଡା ଯିଏକି ଅଗାଢ଼ ପରିଶ୍ରମ କରି ଜଣେ ସ୍କୁଲ ଶିକ୍ଷକ ରୁ ପ୍ରାଇମେରୀ ସ୍କୁଲର ପ୍ରଧାନ ଶିକ୍ଷକ ହୋଇ ରିଟାୟାଡ଼ ହୋଇ ନିଜ ଗାଁର ଉର୍ନ୍ନତି ମୂଳଜ କାର୍ଯ୍ୟ ରେ ମନୋନିବେଶ କରି ପରେ ପୁରୁଷୋତ୍ତମପୁର ଅବସର ସରକାରୀ କର୍ମଚାରୀ ବରିଷ୍ଟ ନାଗରିକ ସଙ୍ଘ ର ସଭାପତି ଭାବେ ରହି ଥିଲେ | ସେଜଣେ ଅଭିଜ୍ଞ, ଶିକ୍ଷାବିତ ସହିତ, ମିଷ୍ଟ ଭାଷୀ, ପରୋପକାରୀ, ସମାଜ ସେବୀ ରୂପେ ନାଁ ଅର୍ଜନ କରିଥିଲେ | ସବୁ କାର୍ଯ୍ୟରେ ସହଯୋଗ କରୁଥିବା ସେହି ନିମାୟକ ମନୁଷ୍ୟ ଟିକୁ ହଠାତ ଭଗବାନ ନେଇଯିବେ ବୋଲି କିଏ ଜାଣି ଥିଲା, ହଠାତ ଆଜି ତାଙ୍କର ସକାଳେ ହୃଦ ଘାତ ରେ ମୃତ୍ୟୁ ବରଣ କରିଥିଲେ | ତାଙ୍କ ମୃତ୍ୟୁ ରେ ଖାଲି ଷୋଳଘର ଗାଁ ନୁହଁ ପୁରା ଗଞ୍ଜାମ ଜିଲ୍ଲା ର ଲୋକମାନେ ଝୁରୁଛନ୍ତି, ଖାଲି ଶିକ୍ଷକ ସମାଜ ନୁହଁ ଛାତ୍ର, ଛାତ୍ରୀ ଙ୍କ ଆରମ୍ଭ କରି ବରିଷ୍ଟନାଗରିକ ସଙ୍ଘର ସମସ୍ତ ବ୍ୟକ୍ତି ତାଙ୍କ ମୃତ୍ୟୁ ରେ ମ୍ରିୟମାଣ ହୋଇ ଯାଇଛନ୍ତି | ସମସ୍ତେ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ତାଙ୍କ ପରିବାର କୁ ସହିବାର ଧର୍ଯ୍ୟ ଓ ସାହାସ ଦିଅନ୍ତୁ ଏତିକି ପାର୍ଥନା | 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.