ସଇଁତଳା ମହାବିଦ୍ୟାଳୟରେ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲକିଲା ମଞ୍ଚ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ମହାବିଦ୍ୟାଳୟ କଲେଜ ପରିସରରେ ନୂଆ ଓଡିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୀର୍ଘ ୧୫ ଦିନ ଧରି ଛାତ୍ରଛାତ୍ରୀମାନେ ସାଂସ୍କୃତିକ, ସାମାଜିକ କାର୍ଯ୍ୟ ଓ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହାର ଉଦଯାପନୀ ଉତ୍ସବରେ ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେଇ ଛାତ୍ରଛାତ୍ରୀ ଙ୍କୁ ଉତ୍ସାହ କରିବା ସହ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଉକ୍ତ ସଭାରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଗୀତା ବିଶି, ପରିଚାଳନା କମିଟି ସଭାପତି ଅସୀମ ବେହେରା, ପ୍ରାଧ୍ୟାପକ ଡିଲେଶ୍ଵର ଭୋଇ ପ୍ରମୁଖ ଯୋଗଦାନ କରି କଲେଜର ଉନ୍ନତି ଦିଗରେ ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ l ଉକ୍ତ ସଭା କୁ ଅଧ୍ୟକ୍ଷ ତିରୁପତି ମେହେର ଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଅଧ୍ୟାପିକା ଅନିମା ନନ୍ଦ ସଭାକୁ ପରିଚାଳନା କରିଥିଲେ । ଏହାର ପୁରସ୍କାର ବିତରଣୀ ଉତ୍ସବରେ ଅଧ୍ୟାପିକା ସ୍ୱପ୍ନାଞ୍ଜଳୀ ପଟେଲ, ସଂଗୀତା ମହାକୁଡ଼, ରମ୍ୟା ବି., ବବିତା କୁମାର ଙ୍କ ତତ୍ତ୍ୱବଧାନରେ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ପରିଚାଳନାରେ ସହଯୋଗ କରିଥିଲେ l ଏହାର କ୍ରୀଡା ପ୍ରତିଯୋଗିତାରେ ଅଧ୍ୟାପକ ସୁରେଶ ଚନ୍ଦ୍ର ବାଗ ତତ୍ତ୍ୱବଧାନରେ ଅଧ୍ୟାପକ ରାଜକିଶୋର ବଗର୍ତି, ଆଶିଷ ଦର୍ଜୀ, ମମତା ପୁରୋହିତ, ହିମାଂଶୁ ବିଶ୍ୱାଲ, ଭୁବାନୀ ମିଶ୍ର, ଲମ୍ବୋଦର ତାକ୍ରୀ ଓ ଭୁବନୀଶଙ୍କର ବାରିକ ଖେଳ ପରିଚାଳନା ହୋଇଥିଲା । ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ନୂତ୍ୟ ପରିବେଷଣ ବେଶ ଉଚ୍ଚକୋଟିର ହୋଇଥିଲା l ଏହି ସମୟରେ କମିଟି ସଦସ୍ୟ ଟଙ୍କଧର ସାହୁ, ଅଧ୍ୟାପକ ଶଶୀଭୂଷଣ ପ୍ରଧାନ ଙ୍କ ସମେତଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ଶେଷରେ ଅଧ୍ୟାପିକା ସନ୍ତୋଷିନୀ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.