ସଇଁତଳାରେ ବ୍ଲକସ୍ତରୀୟ ନୂଆ ଓଡିଶା ଯୁବ ଓଡିଶା କାର୍ଯ୍ୟକ୍ରମରେ ଅବ୍ୟବସ୍ଥା 

ମିଳୁନାହିଁ ପିଇବା ପାଣି ଓ ଫାଷ୍ଟେଡ଼, ଖେଳାଳୀ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଳା ସ୍ଥିତ ରମେଶ ସିଂ ଭୋଇ ଷ୍ଟାଡିୟମ ଠାରେ ଚାଲିଥିବା ବ୍ଲକସ୍ତରୀୟ ନୂଆ-ଓ ଯୁବ ଓଡିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଯାହା ଫଳରେ ଖେଳାଳୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରକାଶ ଯେ, ମଙ୍ଗଳବାର ଦିନ ୬ ଗୋଟି ମ୍ୟାଚ ଖେଳାଯାଇଥିଲା। ଉକ୍ତ ଖେଳକୁ ଶାରୀରିକ ଶିକ୍ଷକ ବିନୋଦ ବିହାରୀ ବେହେରା, ରଞ୍ଜିତ ମିଶ୍ର, ଦିନମଣି ପୋଡ଼, ପ୍ରଭୁଦତ୍ତ ଧରୁଆ, ସୁନୀଲ ମହାପାତ୍ର, ନରୋତ୍ତମ ମଲ୍ଲିକ ଓ ବିକି ଜି. ନାଗ ପ୍ରମୁଖ ପରିଚାଳନା କରିଥିଲେ। ଫୁଟବଳ ଖେଳ ସମୟରେ ଖେଳାଳୀମାନେ ପାଣି ପାଇଁ ହାହାକାର ହୋଇଯାଇଥିଲେ। ଏପରିକି ପାଣି ସହିତ ଖାଇବା ପାଇଁ ମଧ୍ୟ ଠିକ ଭାବରେ ଦିଆଯାଉ ନାହିଁ ବୋଲି ଅଭିଯୋଗ ହେଉଛି। କୋଣସି ଖେଳାଳୀ ଆହତ ହେଲେ ଫାଷ୍ଟେଡ଼ ମଧ୍ୟ ମିଳୁନାହିଁ। ଯାହା ଫଳରେ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖେଳ ଖେଳା ଯାଉଥିବା ପଡିଆ ସଫା ସୁତୁରା କରା ନ ଯାଇ ଖେଳଗୁଡିକ ଖେଳା ଯାଉଥିବାରୁ ଖେଳାଳୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଣୁ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.