ବିଦ୍ୟୁତ ଆଘାତରେ ଘୁମୁରା କଳାକାରଙ୍କ ମୃତ୍ୟୁ 

କୋକସରା,୨୯/୧୦ : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ବେହେରାଗୁଡ଼ା ଗ୍ରାମରେ ବିଦ୍ୟୁତ ଆଘାତ ରେ ଜଣେ ଘୁମୁରା କଳାକାରଙ୍କ ମୃତ୍ୟୁ ହୋଇଥିବା ବେଳେ ମୃତ୍ଯୁକୁ ନେଇ ଉତ୍ତେଜନା ଦେଖାଦେଇ ଥିଲା ।ବଜୟପାଟଣା ଥାନା ଅନ୍ତର୍ଗତ ଲୁହାବାହାଲ ଗ୍ରାମର କନ୍ଦର୍ପ ମୁଣ୍ଡା(୩୨) କୋକସରା ଥାନା ଅଧିନସ୍ଥ ବେହେରାଗୁଡ଼ା ଘୁମୁରା ଦଳରେ ନୃତ୍ଯ ପରିବେଷଣ କରିବା ସହ ଉକ୍ତ ଗ୍ରାମରେ ରହୁଥିଲେ । ପ୍ରାପ୍ତ ସୂଚନା ମୁତାବକ ଗତ କାଲି ଅପରାହ୍ନ ୨ ଟା ସମୟରେ ହଠାତ ଘର ଝରକା କୁ ଛୁଇଁବା ଯୋଗଁ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ଯୁ ବରଣ କରିଥିବା ସନ୍ଦେହ ହେଉଛି । ଖବର ପାଇ କୋକସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲେ ମଧ୍ଯ ମୃତ ବ୍ଯକ୍ତିଙ୍କ ସ୍ତ୍ରୀ, ପୁଅ ଝିଅ ସହିତ ଶବ ନିକଟରେ ବସି କ୍ଷତିପୂରଣ ଦାବି କରି ଅଡିବସିଥିଲେ । ଫଳରେ ଦିର୍ଘ ୨୪ ଘଣ୍ଟାରୁ ଉର୍ଦ୍ଧ ସମୟ ପର୍ଯ୍ୟନ୍ତ ଘଟଣା ସ୍ଥଳରେ ଶବ ପଡିରହିଥିଲା । ମୃତ ବ୍ଯକ୍ତିଙ୍କ ପରିବାର ସହ ଦିର୍ଘ ସମୟ ପର୍ଯ୍ୟନ୍ତ ଆଳୋଚନା ଲାଗି ରହିଥିଲା । ପରେ ଘୁମୁରା ଦଳ କମିଟି ତରଫରୁ ଆର୍ଥିକ ସହାୟତା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ । ପରେ ଘଟଣା ସ୍ଥଳରୁ କୋକସରା ପୋଲିସ୍ ଶବ ଉଦ୍ଧାର କରିବା ସହ ବ୍ଯବଛେଦ ପାଇ କୋକସରା ମେଡିକାଲ ପଠେଇଥିଲେ । ଏ ନେଇ କୋକସରା ଥାନାରେ ଏକ ଅପମୃତ୍ୟୁ ମାମଲା ୨୧/୧୯ ଦାୟର କରି ଏଏସଆଇ ବୁଲୁ ସେଠୀ ତଦନ୍ତ ଭାର ନେଇ ତଦନ୍ତ ଚଳେଇ ଥିବା ସୂଚନା ମିଳିଛି ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.