ମାଁ କାଳୀଙ୍କ ପୂଜା ସମ୍ପନ୍ନ

ଶାକ୍ତ ଧର୍ମ ଧାରାର ଏକ ବଳିଷ୍ଠା ଦେବୀ ‘କାଳୀ’ ସନାତନ ଧର୍ମ ଧାରାରେ ମଧ୍ୟ ଅନ୍ୟତମ ଉପାସ୍ୟ ଦେବିର ଆସନ ଅଳଂକୃତ କରିଛନ୍ତି । ଶାକ୍ତ ଧର୍ମଧାରା ଓ ବୈଦିକ ରିତି ଆଧାରରେ ଦେବୀଙ୍କ ପୂଜାର୍ଚ୍ଚନା ହେଉଥିବାବେଳେ ଦୀପାବଳୀ ସମୟ ଅର୍ଥାତ କାର୍ତ୍ତିକ କୃଷ୍ଣପକ୍ଷରେ ହେଉଥିବା ମୃଣ୍ମୟୀ କାଳି ପୂଜାର ସ୍ବତନ୍ତ୍ରତା ରହିଆସିଛି । ସେହି କ୍ରମରେ କଳାହାଣ୍ଡି ଜିଲ୍ଲା ମ.ରାମପୁରରେ କାଳୀ ପୂଜାର ଆୟୋଜନ କରାଯାଇଥିଲା ।

କଳାହାଣ୍ଡି,୨୯/୧୦(ହେମନ୍ତ ସାହୁ) : ମ.ରାମପୁର ଦୁର୍ଗାପୂଜା ମଣ୍ଡପଠାରେ ମାଁ କାଳୀଙ୍କର ପୂଜାର୍ଚ୍ଚନା ସମ୍ପନ୍ନ ହେଇଯାଇଛି । ଦୁର୍ଗାପୂଜା କମିଟୀ ତରଫରୁ ଆୟୋଜିତ ମାଁ କାଳୀ ପୂଜା କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ପ୍ରଶାନ୍ତ ସାମନ୍ତରା, ପୂଜକ ଭାବରେ ତ୍ରିଲୋଚନ ଦାଶ ରହିଥିବାବେଳେ ପୂଜାରେ ସହଯୋଗ କରିଥିଲେ ଯୁଗଳ ପ୍ରହରାଜ । କମିଟୀ ସଂପାଦକ ବିଭୂତି ଭୂଷଣ ମହାଖୁଡ଼ ଓ ସଭାପତି ହିରେନ୍ଦ୍ର ପ୍ରତାପ ସିଂହଦେଓଙ୍କ ନେତୃତ୍ୱରେ ସମସ୍ତ ପୂଜା କାର୍ଯ୍ୟ ସଂପାଦିତ ହେଇଥିବାବେଳେ ରାତିରେ ମଗଶିର ଏବଂ ଦଳ ଦ୍ୱାରା ଦଣ୍ଡନୃତ୍ୟ ପରିବେଷିତ ହେଇଥିଲା ।

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.