ଶିକ୍ଷକଙ୍କ ଚାପୁଡା ମାଡରେ ଛାତ୍ର ଆହାତ, ଥାନାରେ ମାମଲା

ରାୟଗଡ,୨୯/୧୦ : ରାୟଗଡ ଜିଲ୍ଳା ସଦର ମହକୁମାର ଗାୟତ୍ରୀ ନଗରସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନ ଶିକ୍ଷକଙ୍କ ଚାପୁଡା ମାଡରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ର ଆହାତ ଘଟଣାକୁ ନେଇ ରାୟଗଡ ଥାନାରେ ଅଭିଯୋଗ ହୋଇଥିବା ଜଣାପଡିଛି । ଏ ନେଇ ମିଳିଥିବା ସୂଚନା ପ୍ରକାର ଷଷ୍ଠ ଶ୍ରେଣୀର ଛାତ୍ର ଏ.ଶୁଭ୍ରାଂଶୁ ରାଜ ସପ୍ତମ ପିରିୟଡ ଚାଲିଥିବା ବେଳେ ନିଜ ସାଥି ପିଲାମାନେ ତାଙ୍କ ଡାକ ନାମରେ କିଛି ଅଶ୍ଳିଳ ଭାଷାରେ ଲେଖିଥିବାରୁ ଶ୍ରେଣୀରେ ପାଠ ପଢାଉଥିବା ବିଜ୍ଞାନ ଶିକ୍ଷକ ଅନୀଲ କୁମାରଙ୍କୁ ଏ ନେଇ ସେ କହିଥିଲେ । ତେବେ ଶିକ୍ଷକ ଅନୀଲ କୁମାର ଛାତ୍ର ଶୁଭ୍ରାଂଶୁକୁ ଶ୍ରେଣୀରେ ବିଶୃଙ୍ଖଳା କରୁଥିବା ନେଇ ଶ୍ରେଣୀ ବାହାରକୁ ଡାକି ଦୁଇଟି ଚାପୁଡା ମାରିଥିବା ବେଳେ ଛାତ୍ର ଶୁଭ୍ରାଂଶୁ ତଳେ ପଡି ଯାଇଥିଲେ । ଶୁଭ୍ରାଂଶୁକୁ ତଳୁ ଓଠାଇବା ବେଳେ ତାହାର ସାର୍ଟ ବୋତାମ ଛିଣ୍ଡି ଯାଇଥିଲା । ସ୍କୁଲ ଛୁଟି ହେବା ପରେ ଶୁଭ୍ରାଂଶୁ ନିଜ ବାପା ଏ.ରାଜୁଙ୍କୁ ଶିକ୍ଷକ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ । ଏ ବିଷୟରେ ଛାତ୍ର ଶୁଭ୍ରାଂଶୁର ମା’ଙ୍କୁ ଅବଗତ କରାଯିବା ପରେ ସେ ଆସି ମାଡ ମାରିଥିବା ବିଜ୍ଞାନ ଶିକ୍ଷକଙ୍କୁ ପଚାରି ବୁଝିଥିଲେ । ତେବେ ସ୍କୁଲ ପ୍ରଧାନ ଶିକ୍ଷକଙ୍କ କକ୍ଷରେ ସମସ୍ତ ଗୁରୁମା ଓ ଗୁରୁଜୀଙ୍କ ଉପସ୍ଥିତରେ ବିଜ୍ଞାନ ଶିକ୍ଷକ ଓ ଛାତ୍ର ଶୁଭ୍ରାଂଶୁର ମାଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଯାଇଥିବା ବେଳେ ସେହି ଶିକ୍ଷକ ଛାତ୍ରର ମାଁଙ୍କୁ ଏକ ଚାପୁଡା ମାରି ଦେଇଥିଲେ । ପରେ ଘଟଣା ସଂପର୍କରେ ଖବର ପାଇ ରାୟଗଡ ଥାନା ପୋଲିସ ପଂହଚି ଉଭୟ ମା ଓ ପୁଅ ସମେତ ବିଜ୍ଞାନ ଶିକ୍ଷକଙ୍କୁ ଥାନାକୁ ନେଇ ଆସିଥିଲେ । ସେଠାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି ।

Omkar Vasthu
Omkar Vasthu
ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.