ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ରାୟଗଡ,୨୯/୧୦ : ରାୟଗଡ ଜିଲ୍ଳା ପ୍ରଶାସନ ଦ୍ୱାରା ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅକ୍ଟୋବର ୨୯ତାରିଖ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ଏହି ଅବସରର ସ୍ଥାନୀୟ ଗଜପତି ଛକ ଠାରୁ ଏକ ଜନ ସଚେତନତା ଶୋଭାଯାତ୍ରା ବାହାରି ଜିଲ୍ଳା ପରିଷଦ ସମ୍ମିଳନୀ ସଦଭାବନା ଗୃହ ପର୍ଯ୍ୟନ୍ତ ବାହାରିଥିଲା । ଏହି ଶୋଭାଯାତ୍ରାକୁ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା ସବୁଜ ପତକା ଦେଖାଇ ଶୁଭାରମ୍ଭ କରି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ସେଠାରେ ଅଗ୍ନିଶମ ବିଭାଗ ଦ୍ୱାରା ପ୍ରାକୃତିକ ବିପର୍ଯ୍ୟୟକୁ କିପରି ମୁକାବିଲା କରି ସେଥିରୁ ନିଜର ଓ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ସେ ନେଇ ମକଡ୍ରିଲ କରାଯାଇଥିଲା ।ସେହିପରି ଡିଆରଡିଏ ସଦଭାବନା ସମ୍ମିଳନୀ କକ୍ଷରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ଉପରେ ଆଲୋଚନା କରାଯାଇଥିଲା ।

ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଅନୁଷ୍ଠିତ ବିିଭିନ୍ନ ପ୍ରତିଯୋଗିତାଗୁଡିକରେ କୃତୀ ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପଜିଲ୍ଳାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଳା ଜରୁରୀକାଳୀନ ଅଧିକାରୀ ସୁକାନ୍ତ କୁମାର ପ୍ରଧାନ, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ,ବଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର,ବହୋମିଓପାଥି ଡାକ୍ତର ଲକ୍ଷ୍ମୀନାରାୟଣ ପଣ୍ଡା, ପୈାରସଂସ୍ଥା ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି, ଜିଲ୍ଳା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ରମେଶଚନ୍ଦ୍ର ନାୟକଙ୍କ ସମତେ ଅନ୍ୟମାନ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

ଏଠି ଛୁଇଁ ସବୁ ଖବର ଓ ବିଚାର ସୂଚନା ପାଆନ୍ତୁ ମାଗଣାରେ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.