କେନ୍ଦୁପତ୍ର ସିଜିନାଳ କର୍ମଚାରୀଙ୍କ ଦ୍ଵାରା ରେଞ୍ଜ ଅଧିକାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ସଇଁତଲା,୧୧/୧ : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ ବନଖଣ୍ଡ ସଇଁତଲାବନାଞଳ ଅଧିନସ୍ତ ସିଜିନାଳ କର୍ମଚାରୀ ଙ୍କ ମିଳିତ ଉଦ୍ୟମରେ କୁମ୍ଭାରି ପତ୍ରଫଡି ଠାରେ ସଇଁତଲା ହେଡ ଚେକର ଶ୍ରୀ ସୁଧିର ମିଶ୍ରଙ୍କ ତତ୍ବାବଧାନରେ ଓ ବନ୍ଧପଡା ହେଡ ଚେକର ଶ୍ରୀ କୀର୍ତ୍ତି ଚନ୍ଦ୍ର ସାମନ୍ତରା ଙ୍କ ସଭାପତିତ୍ବରେ ରେଞ୍ଜର ଶ୍ରୀ ଦୂର୍ଗା ପ୍ରଶାଦ ମିଶ୍ର ଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମିଶ୍ର ବହୁ ଦିନରୁ ସଇଁତଲା କେନ୍ଦୁପତ୍ର ରେଞ୍ଜରେ ବହୁତ ଗୁଡ଼ିଏ ପଦ ପଦବୀ ରହି ସଠିକ ଭାବରେ ନିଜ ଦାୟିତ୍ୱ ତୁଲାଇଥିବା ସହ ରେଞ୍ଜ ଅଧିକାରୀ ପଦବୀ ମଧ୍ୟ ସଠିକ ଭାବରେ ତୂଳାଇବା ସହ ସମସ୍ତ କର୍ମଚାରୀଙ୍କ ପ୍ରିୟ ପାତ୍ର ହୋଇପାରିଥିଲେ । ଏହି ବର୍ଷ ଅନ୍ୟତ୍ର ବଦଳି ହୋଇ ଥିବା ଯୋଗୁଁ ଆଜି ଭାବ ବିଭୂଳ ହୋଇ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶ୍ରୀ ମିଶ୍ର ସମସ୍ତ କର୍ମଚାରୀଙ୍କୁ ଭଳ ଭାବରେ ଦାୟିତ୍ବ ତୁଲାଇବା ପାଇଁ ପରାମର୍ଶ ଦେଇଥିଲେ ଓ ଏହି ରେଞ୍ଜ କିପରି ଆହୁରି ଉନ୍ନତି ହେବ ଏବଂ ସମସ୍ତେ ମିଳିମିଶି ସମସ୍ତ କାର୍ଯ୍ୟ ତୁଲାଇବେ ସେଥି ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଥିଲେ । ଅଶୋକ କୁମାର ଷଡଙ୍ଗୀ , ବିବେକ ପାତ୍ର,ରା ବିଶି , ଡିଙ୍ଗର ବୈଠାରୁ  ବିଶି , ସନ୍ତୋଷ ଦାଶ , ମନବୋଧ ସାହୁ, ନନ୍ଦଲାଲ ଷାଣ୍ଢ , ଡୁଳେଶ୍ଵର ଭୋଇ , ଯୁବ ସାମ୍ବାଦିକ ପ୍ରଶାନ୍ତ କୁମାର ମେହେର ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ

Omkar Vasthu
Omkar Vasthu
ସେହିପରି ସଇଁତଲାରୁ ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

୨୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

Udyog Nursery
Udyogi Nursery

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.