ନାରୀ ନିର୍ଯାତନା ବିରୁଦ୍ଧରେ ସ୍ବର ଉତ୍ତୋଳନ କରିବେ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ମହିଳା ଟିମ୍

ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ସାମ୍ବାଦିକ ସମ୍ବିଳନୀ

କଳାହାଣ୍ଡି: ଭବାନୀପାଟଣା ନିକଟସ୍ଥ ପରମାନନ୍ଦପୁର ଠାରେ ଆଜି ଜିଲ୍ଲାର ସୁପରିଚିତ ସ୍ବେଛାସେବୀ ସଂଗଠନ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରତିଷ୍ଠାତା ତଥା ସମ୍ପାଦକ ପ୍ରମୋଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମ୍ମିଳନୀରେ ଝିଲିମିଲି ପଲ୍ , ସୁନୀତା ବାଗ, ରାଜେଶ୍ୱରି ସାହୁ, ପୂଜା ବାଗ, ରୋଜାଲିନ ପଣ୍ଡା ଏବଂ ଅନ୍ୟ ସଦସ୍ୟ ଓ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

ପରମାନନ୍ଦପୁର ସ୍ଥିତ ସଂଗଠନର ମୂଖ୍ୟ କାର୍ଯ୍ୟାଳୟ ଠାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ସୂଚନା ଦିଆଯାଇଛି କି, ୨୦୧୮ ଜାନୁଆରୀ ୨୫ ତାରିଖରୁ ‘ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି’ ସ୍ବଚ୍ଛାସେବୀ ସଂଗଠନ ଆରମ୍ଭ ହେଇ ସର୍ବ ପ୍ରଥମେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ରକ୍ତ ଦାନ ଉପରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆୟୋଜନ କରି ଆସୁଛି । ଏହା ପରେ ପରେ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ଯଥା; ବୃକ୍ଷ ରୋପଣ, କ୍ଲିନ୍ କଳାହାଣ୍ଡି, ଦୁର୍ଘଟଣା ସଚେତନତା ରାଲି, ବିଭିନ୍ନ ରୋଗ ବିଷୟରେ ସଚେତନତା ଇତ୍ୟାଦି ଆୟୋଜନ କରାଯାଉଛି ବୋଲି ସଂଗଠନର ପ୍ରତିଷ୍ଠାତା ପ୍ରକାଶ କରିଛନ୍ତି ।

ବର୍ତମାନ ସଂଗଠନ ଏକ ମହିଳା ଟିମ୍ ଗଠନ କରି ସମାଜର ନାରୀ ମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର, ଶୋଷଣ, ନିର୍ଯାତନା, ଦୁଷ୍କର୍ମ ଇତ୍ୟାଦି ଅମାନୁଷିକ ଆକ୍ରମଣ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ବିଭିନ୍ନ ଶୋଷଣର ପିଡିତା ମାନଙ୍କୁ ନ୍ୟାୟ ଦେବା ପାଇଁ ସବୁ ପ୍ରକାର ସାହାଯ୍ୟ ଓ ସହଯୋଗ କରିବେ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ପକ୍ଷରୁ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଇଛି, ଯେଉଁଠି ମଧ୍ୟ ଏ ପ୍ରକାର ଅତ୍ୟାଚାର ଦେଖିଲେ ଯଥା ଶିଘ୍ର ସଂଗଠନର ମହିଳା ଟିମ୍ କୁ ଯୋଗାଯୋଗ କରିବେ ।


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.