କଳାହାଣ୍ଡି ଜିଲ୍ଲା ଏଲିମେଣ୍ଟାରୀ ଶିକ୍ଷା ଅଫିସର ସଂଘର ବୈଠକ

କଳାହାଣ୍ଡି: ଭବାନୀପାଟଣା ସ୍ଥିତ ବାପୁଜୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଏଲିମେଣ୍ଟାରୀ ଶିକ୍ଷା ଅଫିସର ସଂଘର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଭାପତି ନବକିଶୋର ସାହୁ, ସମ୍ପାଦକ ଜୟକୁମାର ମାଝି, ବରିଷ୍ଠ ଏବିଇଓ ଠାକୁର ଚରଣ ସାହୁ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।

ଗ୍ରେଡ ପେ ବୃଦ୍ଧି, ଟୁର ଏଲାଉନ୍ସ ପ୍ରଦାନ, ୨୦୧୩ କ୍ୟାଡ଼ର ରୂଲ ଅନୁଯାୟୀ ପଦୋନ୍ନତି ପ୍ରଦାନ, ଏଲିମେଣ୍ଟାରୀ କ୍ୟାଡ଼ର ଅଫିସର ମାନଙ୍କୁ ସିନିଅର ବିଇଓ ପଦୋନ୍ନତି ବ୍ୟବସ୍ଥା କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଜିଲ୍ଲାର ୧୩ଟି ବ୍ଲକର ସମସ୍ତ ଏବିଇଓ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.