● ଡା. ଦୀନବନ୍ଧୁ ସାହୁଙ୍କୁ ସର୍ବଶ୍ରୀ ସାହିତ୍ୟ ସମ୍ମାନ
● ସୁରେଶ ଚନ୍ଦ୍ର ନେଗୀଙ୍କୁ ପାଠକ ସମ୍ମାନ
କଳାହାଣ୍ଡି: ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସର୍ବଶ୍ରୀ ସବାଖିଆ ସାହିତ୍ୟ ସଂସଦର ତ୍ରୟୋଦଶ ବାର୍ଷିକ ଉତ୍ସବ ଓ ୧୬୭ତମ ସାରସ୍ୱତ ଆସର ଭବାନୀପାଟଣା ସ୍ଥିତ ବାଲାଜୀ ବିହାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ବ୍ରହ୍ମାନନ୍ଦ ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ପ୍ରବୋଧ ରଥ, ମୁଖ୍ୟବକ୍ତା ଭାବେ ଯୁବ ଲେଖକ ଗୌରାଙ୍ଗ କୁମାର ସାହୁ ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି ମଂଚାସୀନ ଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ‘ଦୀପ୍ତିସୁଧା’ ଲୋକାର୍ପିତ ହୋଇଥିଲା। ବିଶିଷ୍ଟ କବି ଡା. ଦୀନବନ୍ଧୁ ସାହୁଙ୍କୁ ସର୍ବଶ୍ରୀ ସାହିତ୍ୟ ସମ୍ମାନ ଏବଂ ସୁରେଶ ଚନ୍ଦ୍ର ନେଗୀଙ୍କୁ ପାଠକ ସମ୍ମାନ ପ୍ରଦାନ କରାଯାଇଥିଲା। ସଂସଦର ଉପସଭାପତି ଡା. ନୀରଦ ଚନ୍ଦ୍ର କହଁର ମଂଚ ପରିଚାଳନା କରିଥିଲେ। ସଂସଦର ସଂପାଦକ ବିରଞ୍ଚି ନାରାୟଣ ମୁଣ୍ଡ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିବା ବେଳେ ଯୁବକବି ସଂଜୀବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଯୁବକବି ଦକ୍ଷ ସାହୁ, ଚିନ୍ମୟ ପଣ୍ଡା, ସ୍ୱାବିତ କୁମାର ପାତ୍ର, କାଜଲ ମହାରଣା, ସାବିତ୍ରୀ ମହାରଣା, ଦୀପ୍ତି ମୁଣ୍ଡ, ଡିଲେଶ୍ୱର ରଣା, ପ୍ରଶାନ୍ତ କୁମାର ଦାଶ, ଦେବେନ୍ଦ୍ର ଦାଶ, ଯୁଧିଷ୍ଠିର ମୁଦୁଲି, ଡିଙ୍ଗର ନାଏକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।