କଳାହାଣ୍ଡି ଜିଲ୍ଲାପାଳଙ୍କ ସ୍ମାର୍ଟ ସ୍କୁଲ୍ ପାଇଁ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲାରେ ହେବାକୁଥିବା ୨୬ଟି ଆଦର୍ଶ ସ୍କୁଲ ନିମନ୍ତେ ଆଜି କଳାହାଣ୍ଡି ଜିଲ୍ଲାପାଳ ଡ଼ ଗାଭାଲି ପରାଗ ହର୍ଷଦ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସି ମ.ରାମପୁର ଦୁର୍ଗମାଧବ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଅଲାତରା ପଂଚସଖା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରି ଫେରିଛନ୍ତି । ମ.ରାମପୁର ଦୁର୍ଗମାଧାବ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ବେଳେ ତାଙ୍କ ସହିତ ଜିଲ୍ଲା ଶିକ୍ଷାଧିକାରୀ ସୁଶାନ୍ତ ଚୋପଦାର, ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା, ବିଇଓ ଗଣେଷ କିଷାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ମ.ରାମପୁର ପଂଚାୟତ ସମିତି ଅଧ୍ୟକ୍ଷ ଜୀବେଶ କୁମାର ପଣ୍ଡା, ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ପ୍ରମୁଖ ଉପସ୍ଥି୍‌ତ ରହିଥିଲେ ।

ପ୍ରଧାନ ଶିକ୍ଷକ ଦିବାକର ସାହୁ ବିଦ୍ୟାଳୟର ବିଭିନ୍ନ ବିଭାଗ ପରିଦର୍ଶନ କରାଇଥିବାବେଳେ ବିଦ୍ୟାଳୟର ଉନ୍ନତିକଳ୍ପେ ଆମେ ସମସ୍ତେ ହାତ ମିଶେଇବା ଉଚିତ ବୋଲି କହିଥିଲେ । ଏହାପରେ ସେ ଏହି ବ୍ଲକର ଅଲାତରା ପଂଚସଖା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସହକାରୀ ଶିକ୍ଷକ ଅଶୋକ କୁମାର ବିଶ୍ୱାଳ, ଅଲାତରା ସରପଂଚ ଦୁଶିଳା ବେହେରା, ପରିଚାଳନା ସଦସ୍ୟ ଖଗେଶ୍ୱର ରଣାଙ୍କ ସମେତ ମ.ରାମପୁର ତହସିଲଦାର ଶ୍ରୀ ମଦିନା, ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ପଣ୍ଡା, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ଶ୍ରୀ ସିଂହଦେଓ ପ୍ରମୁଖ ଉପସ୍ଥିତ ରହି ଏଠାରେ ମଧ୍ୟ ସ୍ମାର୍ଟ ସ୍କୁଲର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହିତ ଏହି ବିଦ୍ୟାଳୟରେ ଆଇସିଟି ଲ୍ୟାବ ଓ ବିଦ୍ୟାଳୟ ପରିବେଶ ଦେଖି ଜିଲ୍ଳାପାଳ ଗଭୀର ସନ୍ତୋଷ ପ୍ରକାଶ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.