ସରକାରୀ ଜାଗାରୁ ଉଛେଦ ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଓ କଲେ ମହିଳା

ନୂଆପଡା: ସଦର ବ୍ଲକ ନୂଆପଡା ଏନ.ଏ.ସି. ଅଂଚଳର ୱାର୍ଡ ନମ୍ବର ୫ ର ମହିଳା ମାନେ ଆଜି ସକାଳୁ ନୂଆପଡା ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ। ମହିଳାମାନେ ସପରିବାର ଉକ୍ତ ଜାଗା ରେ ୫୦ ବର୍ଷ ହେବ ରହି ଆସୁଥିଲେ। ତେବେ ଗତକାଲି ଜିଲ୍ଲା ପ୍ରଶାସନ ତରଫରୁ ୨୪ ଘଣ୍ଟା ମଧ୍ୟରେ ଘର ଖାଲି କରି ସେଠାରୁ ଚାଲିଯିଵା ପାଇଁ ନୋଟିସ ପାଇ ମହିଳା ମାନେ ଏହାର ପ୍ରତିବାଦ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଘେରାଓ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ୱାର୍ଡ ନମ୍ୱର ୫ ନୂଆପଡା ଏନ.ଏ.ସି.ର ତେଲିପଡ଼ା ବନ୍ଧ ନିକଟରେ ଉକ୍ତ ମହିଳା ମାନେ ଘର କରି ରହୁଛନ୍ତି। ତେବେ ୨୪ ଘଣ୍ଟା ମଧ୍ୟ ରେ ଅନ୍ୟତ୍ର ସ୍ଥାନ କୁ ସ୍ଥାନାନ୍ତର ହେବା ସହଜ ନୁହଁ। ଏହାକୁ ବିରୋଧ କରି ମହିଳା ମାନେ ଏକ ଦାବୀପତ୍ର ଜିଲ୍ଲପାଳଙ୍କୁ ପ୍ରଦାନ କରିଥିଲେ।

Udyog Nursery
Udyogi Nursery

ଜିଲ୍ଲା ପ୍ରଶାସନ ତରଫରୁ ଏ.ଡି.ଏମ. ଅଗସ୍ତି ପ୍ରଧାନ, ତହସିଲଦାର ଦେବେନ୍ଦ୍ର ରାଉତ ଉକ୍ତ ମେମୋ୍ରେଣ୍ଡ କୁ ଗ୍ରହଣ କରିଥିଲେ। ଅଳ୍ପ ଦିନରେ ଏକ ସର୍ଭେ କରି ଉଚିତ ହିତାଧିକାରୀଙ୍କୁ ଥାଇଥାନର ବ୍ୟବସ୍ଥା କରାଯିବାର ପ୍ରତିଶୃତି ପାଇ ମହିଳା ମାନେ ଫେରି ଯାଇଥିଲେ। ଉକ୍ତ ଘେରାଓ ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶନ୍ନ ପାଢ଼ୀ, ଗରିବ ସେନା ସଭାପତି ରବି ମଙ୍ଗରାଜ, ସ୍ବେଛାସେବୀ ରୋହିତ ସାହୁ, ହିତେଶ ସାହୁ, ନିର୍ମଳ ରାଉତ, ତାରା ସିଂ, ବିରୁ ମହାନନ୍ଦ,ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡ଼ା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.