କୋକସରା, ୨୬|୮ (ହିରଣ୍ୟ ବେହେରା): ଆମପାଣି ଉପ- ଡାକଘରେ କୋର୍ ବ୍ୟାଙ୍କିଙ୍ଗ ସେବା ଉଦ୍ଘାଟିତ ହୋଇଯାଇଛି । କଳାହାଣ୍ଡି ଡାକଅଧିକ୍ଷକ ଭାଗ୍ୟଦତ୍ତ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି । ଏହି ପରିପେକ୍ଷୀରେ ସହକାରୀ ଅଧ୍ୟକ୍ଷକ ନିଲମଣି ଜାନୀ, କଳାହାଣ୍ଡି ଗ୍ରାମୀଣ ସଂଘ ସଭାପତି କଳ୍ପବଟ ପଟ୍ଟନାୟକ ଯୋଗଦେଇ କୋର ବ୍ୟାକିଙ୍ଗ୍ ସେବା ଦ୍ୱାର କଣ ସବୁ ସୁବିଧା ପାଇ ପାରିବେ ସେ ବିଶୟରେ ସମ୍ୟକ୍ ସୂଚନା ଦେଇଥିଲେ । ଇନ୍ସପେକ୍ଟର ଅନନ୍ତରାମ ସାହୁ, ଆମପାଣି ଉପ ଡାକନିରିକ୍ଷକ ଗୁଣନିଧି ନାଏକ, ଧର୍ମଗଡ ଉପଖଣ୍ଡ ଡାକ ନିରିକ୍ଷକ ଅନନ୍ତ ଚରଣ ସାହୁ, ଓଭରସିଅର ରମେଶ ଚନ୍ଦ୍ର ସାହୁ, ଗୌର ଚରଣ ମାଝି, ବସନ୍ତ କୁମାର ଦାସ ସମେତ ଆମପାଣି ଉପ-ଡାକଘର ଅଧିନରେ ଥିବା ସମସ୍ତ ଶାଖା ଡାକ କର୍ମଚାରୀ ଉପସ୍ଥିତ ଥିଲେ ।





