କଳାହାଣ୍ଡି: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ନର୍ଲାର ରାଜନୈତିକ ପାଣିପାଗ ଉଷ୍ଣ ରହିଛି । ଏହାରି ଭାତରେ ରାକ୍ସି ପଞ୍ଚାୟତର ପାଣିପାଗ ମଧ୍ୟ ସରଗରମ ହୋଇଛି । ଏଥରେ ରାକ୍ସି ସମିତି ସଭ୍ୟ ପଦବୀ ପାଇଁ ମୋଟ ତିନିଜଣ ପ୍ରାର୍ଥୀ ନିର୍ବାଚିନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ବୁଢିପଦର ଗ୍ରାମର ସୁରେନ୍ଦ୍ର ମାଝୀଙ୍କ ଉପରେ ସମସ୍ତଙ୍କ ନଜର କେନ୍ଦ୍ରିତ ହୋଇଛି । ଗତ ୨୦୧୭ ନିର୍ବାଚନରେ ମଧ୍ୟ ସୁରେନ୍ଦ୍ର ପ୍ରତିଦ୍ବନ୍ଦ୍ବିତା କରୁଥିଲେ । ତେବେ ପରାଜିତ ହୋଇ ଯାଇଥିଲେ । ତେବେ ଏଥର ରାକ୍ସି ପଞ୍ଚାୟତର ୪ଖଣ୍ଡ ଗ୍ରାମବାସୀ ତାଙ୍କୁ ନିଶ୍ଚିତ ଭାବରେ ବିଜୟ ତିଳକ ପିନ୍ଧାଇବେ ବୋଲି ସୁରେନ୍ଦ୍ର ମାଝୀ ଆଶା ବ୍ୟକ୍ତ କରିଛନ୍ତି । ଇତି ମଧ୍ୟରେ ସେ ପଞ୍ଚାୟତସାରା ମାରାଥନ୍ ପ୍ରଚାରରେ ବାହାରି ଜନସାଧାରଣଙ୍କ ଆଶିଷ ଭିକ୍ଷା କରିବାସହ ଭୋଟ ଭିକ୍ଷା କରିଛନ୍ତି । ସୁରେନ୍ଦ୍ରଙ୍କ ନିର୍ବାଚନୀ ଚିହ୍ନ ‘ବସ୍’ ହୋଇଥିବାରୁ ଏହି ଚିହ୍ନରେ ବିପୁଳ ପରିମାଣରେ ଭୋଟ ଦେଇ ତାଙ୍କୁ ଜୟଯୁକ୍ତ କରିବାକୁ ସେ ରାକ୍ସି ପଞ୍ଚାୟତବାସୀଙ୍କୁ ବିନିତ ଅନୁରୋଧ କରିଛନ୍ତି ।