କଳାହାଣ୍ଡି ଫେରୁଛି ଆଉ ଜଣେ ଦାଦନ ଶ୍ରମିକଙ୍କ ଶବ : ନିର୍ବାକ ଜନ୍ମଦାତ୍ରୀ, ଶୋକାକୁଳ ଜନ୍ମମାଟି 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କେତେ କଷ୍ଟରେ ଜନ୍ମକରି ଲାଳନ ପାଳନ କରି ବଡକଲେ। ପେଟରୁ କାଟି ପାଠ ପଢାଇଲେ। ଏଠାରେ କାମଧନ୍ଦା ନ ମିଳିବାରୁ ଦାଦନ ଖଟିବାକୁ ଗଲା ଯୁବା ପୁଅ। ମାଁ ବାପାଙ୍କ କେତେ ଆଶା ଥିଲା ପୁଅକୁ ନେଇ। ବାର୍ଦ୍ଧକ୍ୟରେ ସାହା ହେବ। କିନ୍ତୁ ସବୁ ଆଶା କାଚଘର ପରି ଭାଙ୍ଗି ଚୁରମାର ହୋଇଗଲା। ରାଜ୍ୟ ବାହାରରୁ ଶବ ହୋଇ ଘରକୁ ଫେରୁଛି ପୁଅ। ନିର୍ବାକ ହୋଇଯାଇଛି ଜନ୍ମଦାତ୍ରୀ, ଶୋକ ସାଗରରେ ଡୁବି ରହିଛି ଜନ୍ମମାଟି। ଏପରି ଏକ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ମହାଜନଗୁଡା ଗାଁରେ। ପ୍ରାୟ ଅଢେଇ ମାସ ମଧ୍ୟରେ ଏହାକୁ ମିଶାଇ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଘଟଣା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ରବିବାର ସକାଳୁ ତାମିଲନାଡୁରେ କାମ କରୁଥିବା କାଉଡୋଲା ପଞ୍ଚାୟତ ମହାଜନଗୁଡା ଗ୍ରାମର ରୁଦ୍ର ବେଶ୍ରାଙ୍କ ସାନପୁଅ ମହେନ୍ଦ୍ର ବେଶ୍ରା (୨୦)ଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ପରିବାରର ସୂଚନା ଅନୁସାରେ, ପ୍ରାୟ ୩ମାସ ତଳେ ମହେନ୍ଦ୍ର ତାମିଲନାଡୁର କୋଏମ୍ବାଟୁର ଜିଲ୍ଲା କାରୋଭାଲୁର ସ୍ଥିତ ଜଗନ୍ନାଥ ଷ୍ଟେକ୍ସ୍ ଷ୍ଟାଇଲ ସୂତା ଫେକ୍ଟ୍ରିରେ ଶ୍ରମିକ ଭାବେ ନିୟୋଜିତ ହୋଇଥଲେ। ଏବଂ ସବୁ କିଛି ଠିକ୍ ଠାକ୍ ଥିବା ଓ ସାମାନ୍ୟ ଜ୍ବର ହେଉଥିବା ନେଇ ଦୁଇ ଦିନ ତଳେ ଘର ଲୋକଙ୍କୁ ଫୋନ୍ କରି ଜଣାଇବାରୁ ପରିବାର ଲୋକେ ତାଙ୍କୁ କିଛି ଦିନ କାମ ନ ଯିବାକୁ କହିଥିଲେ। ହେଲେ ସେଠାରେ ରବିବାର ସକାଳୁ ମହେନ୍ଦ୍ରଙ୍କ ଝୁଲନ୍ତା ମୃତ ଦେହ ଦେଖିବାକୁ ମିଳିଥିଲା। ଏହା ପରେ ପରିବାର ଲୋକଙ୍କୁ କମ୍ପାନୀ କର୍ମଚାରୀ ମାନେ ତାଙ୍କ ପୁଅ ଆତ୍ମହତ୍ୟା କରିଥିବା ନେଇ ଫେନ୍ କରି ଜଣେଇଲେ। ତେବେ ସେଠାରେ ଥିବା ମହେନ୍ଦ୍ରଙ୍କ ସାଥି ଶ୍ରମିକ ମାନଙ୍କ ଠାରୁ ଓ ଆସିଥିବା ଫଟୋ ରୁ ପରିବାର ଲୋକେ ମହେନ୍ଦ୍ରର ମୃତ୍ୟୁ ପଛରେ କୌଣସି କାରଣ ଲୁଚି ରହିଥିବା ବେଳେ ସେ ଏଭଲି କରି ନଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ରୋଜଗାରକ୍ଷମ ପୁଅର ମୃତ୍ୟୁ ପରେ ଆଖିରେ ଆଖିଏ ଲୁହ ରଖି ବାହୁନୀ ବାହୁନି କାନ୍ଦୁଛି ମା’ ବାପା ସହିତ ପୁରା ପରିବାର। ତେବେ ପାଖପଡୀଶା ଓ ଗାଁ ଦାଣ୍ଡରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏନେଇ ପରିବାର ଲୋକେ ଆମପାଣି ଥାନାରେ ଏକ ଅଭିଯୋଗ ଦେଇଥିବାବେଳେ କମ୍ପାନୀ ସହାୟତାରେ ଭିଟାମାଟିକୁ ମୃତ୍ୟୁ ଶ୍ରମିକଙ୍କ ଶବ ଫେରିବା ନେଇ ସୂଚନା ମିଳିଛି। ୨୦୨୨ ମସିହାରେ କୋକସରା ବ୍ଳକରେ ୧୧ ଜଣ ଶ୍ରମିକଙ୍କ ରାଜ୍ୟ ବାହାରେ ମୃତ୍ୟୁ ହୋଇଥିଲା। ତେବେ ଚଳିତ ବର୍ଷରେ ସାନ ପୋଡାଗୁଡା ପଞ୍ଚାୟତ ରାଜୀବ କଲୋନୀର କୃତ୍ତିକ ମାଝୀ ଆନ୍ଧ୍ର ପ୍ରଦେଶରେ ମୃତ୍ୟୁ ହୋଇଥିବାବେଳେ ବେଙ୍ଗାଳୁରୁରେ ମୁଷାପାଲି ପଞ୍ଚାୟତ ଖପ୍ରାମାଲ ଗ୍ରାମର ୨୫ ବର୍ଷୀୟ ଉର୍ବଶୀ ନାଏକ, ତେଲେଙ୍ଗାନାରେ ଖୁଣ୍ଟିଆ ଗ୍ରାମର ଦେବାନନ୍ଦ ପୁଝାରୀ ସମେତ ମହେନ୍ଦ୍ରଙ୍କୁ ମିଶାଇ ୪ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇ ସାରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.