ଦଶପୁରଠାରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟଙ୍କିଙ୍ଗ ଓ ଋଣ କର୍ମଶାଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ) : ଆଜି ଗୋଲାମୁଣ୍ଡା ବ୍ଲକ ଅଧିନ ଦଶପୁର ମଣ୍ଡି ପ୍ରାଙ୍ଗଣରେ ପଞ୍ଚାୟତ ସ୍ତରିୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କୃଷି ମେଲା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଦଶପୁର ପ୍ରାଥମିକ କୃଷି ସମବାୟ ସମିତିର ସଭାପତି ରବୀନ୍ଦ୍ର ସାହୁଙ୍କ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ପ୍ରତିନିଧି ଦିନେଶ ବଗର୍ତ୍ତି, ଗୋଲାମୁଣ୍ଡା ବ୍ଲକ ଉପାଧ୍ୟକ୍ଷା ପଞ୍ଚମୀ ଦିପ,ଗୋଲାମୁଣ୍ଡା ବିସିସିବି ଶାଖା ପରିଚାଲକ ଚନ୍ଦ୍ର ମଙ୍ଗରାଜ ଓ ସମବାୟ ସମିତିର ସମ୍ପାଦକ ପଦ୍ମଲୋଚନ ଭୋଇ ଓ ସମସ୍ତ ପରିଚାଳନା କମିଟିର ସଦସ୍ୟ ତଥା ପାଞ୍ଚ ଗୋଟି ପଞ୍ଚାୟତ ର ସମସ୍ତ ଚାଷୀ ମାନଙ୍କ ଉପସ୍ଥିତି ରେ ଋଣ କୃଷି ମେଲା ଉପରେ ଆଲୋଚନା କରାଯାଇଥିଲା ଓ ଚାଷୀ କିଭଳି ଭାବେ ଅଧିକରୁ ଅଧିକ ଉପକୃତ ହେବା ସମେତ ଗୋଟେ ଶକ୍ତିଶାଳୀ ଚାଷୀର ମାନ୍ୟତା ପାଇପାରିବେ ସେଥିପାଇଁ ବିଶେଷ ଭାବରେ ଆଲୋଚନା କରାଯାଇଥିଲା | ଏହି ସଭାରେ ଗୌରାଙ୍ଗ ବାଗ ମଞ୍ଚ ପରିଚାଳନା କରିଥିବା ବେଳେ ସର୍ବ ଶେଷରେ ସଭାପତି ରବିନ୍ଦ୍ର କୁମାର୍ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.