ଲାଞ୍ଜିଗଡଠାରେ ଷୋହଳ ପ୍ରହର ନାମଯଜ୍ଞ ନିମନ୍ତେ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଷୋହଳପ୍ରହର ନାମଯଜ୍ଞ ପାଇଁ ଲାଞ୍ଜିଗଡ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ଏପ୍ରିଲ ୧୨ ତାରିଖରେ କଳସ ଶୋଭାଯାତ୍ରା ସହ ଅଧିବାସ କାର୍ଯ୍ୟକ୍ରମ ରହିଛି। ୧୩ ଓ ୧୪ ରେ ହରିନାମ ଓ ୧୫ ଉଦଯାପନୀ ଦିବସରେ ସଂକୀର୍ତ୍ତନ ସହିତ ଲାଞ୍ଜିଗଡ଼ ନଗର ପରିକ୍ରମା କରି ଦହି ହାଣ୍ଡି ଭଙ୍ଗ ଆଦି କାର୍ଯ୍ୟକ୍ରମ ରହିଛି।ଏହି ବୈଠକରେ ପ୍ରହରୀ କୋର କମିଟି ସଭାପତି ଯୁଧିଷ୍ଠିର ପାତ୍ର,ଉପ ସଭାପତି ହିମାଦ୍ରୀ ପେସନିଆ, କାର୍ଯ୍ୟକାରୀ ସଭାପତି ସୁବାଷ ମହାପାତ୍ର, କାର୍ଯ୍ୟକାରୀ ଉପସଭାପତି ସୁବାଷ ଅଗ୍ରୱାଲ, ସମ୍ପାଦକ ରାଘବ ଗହୀର, କୋଷାଧ୍ୟକ୍ଷା ସଦାନନ୍ଦ ଦଣ୍ଡସେନା, ଯୁଗ୍ମ କୋଷାଧ୍ୟକ୍ଷା ଏମ. ଏସ. ଶେଖର, ଲାଞ୍ଜିଗଡ ସରପଞ୍ଚ ସରସ୍ବତୀ ମୁଣ୍ଡା, ରାଜେନ୍ଦ୍ର ସିଂ ଦେଓ, ଚନ୍ଦ୍ର ପେସନିଆ, ଶ୍ରୀଧର ପେସନିଆ, କାମରାଜ ଦଳବେହେରା, ଅଶୋକ ପଟନାୟକ, ଶ୍ରୀମୁଖ ଅଗସ୍ତି, ଭୁପେନ୍ଦ୍ର ମହାରଥା, କିଶୋର ପେସନିଆ,ସୁମନ୍ତ ଦଳବେହେରା, ଗୋବର୍ଦ୍ଧନ ବିଶି, ଏମ. ଚନ୍ଦ୍ର ଶେଖର, ନଳିନୀକାନ୍ତ ହୋତା, ବିନୟ ଗୌଡ଼, ଭୂଷଣ ମାଝୀ, ବିଶ୍ୱମ୍ବର ନାୟକ, ଲଳିତ ପ୍ରଧାନୀ ସମେତ ଲାଞ୍ଜିଗଡ଼ ଅଞ୍ଚଳବାସୀ ଉପସ୍ଥିତ ଥିଲେ।ଶିଳ୍ପାଞ୍ଚଳ ଯୋଗୁଁ ଜନ ଗହଳିକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ଯୁବ ଗୋଷ୍ଟିକୁ ଶାନ୍ତିଶୃଙ୍ଖଳାକୁ ନେଇ ବିଭିନ୍ନ ଦାଇତ୍ଵ ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.