ଅଞ୍ଚଳର ବିକାଶ ପାଇଁ ଅଣ୍ଟା ଭିଡ଼ିଲେ ୧୨ଟି ପଞ୍ଚାୟତବାସୀ, ନେଲେ ସାମୁହିକ ଶପଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଓ ଏହାର ଆଖପାଖ ଅଞ୍ଚଳରେ ଶିକ୍ଷା, ସ୍ବାସ୍ଥ୍ୟ, ମୌଳିକ ସୁବିଧା ଆଦି ପହଞ୍ଚାଇବା ସହିତ ଏଥିପାଇଁ ଏକଜୁଟ୍ ହୋଇ ଲଢ଼େଇ କରିବାକୁ ଅଞ୍ଚଳବାସୀ ନେଇଛନ୍ତି ବଜ୍ରଶପଥ । ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ସଂଗ୍ରାମ ଅବିରତ ଜାରି ରହିବ ବୋଲି ସେମାନେ ଆଜି ସାମୁହିକ ନିଷ୍ପତ୍ତି ନେଇଛନ୍ତି । ସେହିପରି ଲାଞ୍ଜିଗଡ଼ରେ ବୈଷୟିକ ଶିକ୍ଷା ପାଇଁ ଏକ ଆଇଟିଆଇ ସ୍ଥାପନ ସହିତ, ଜେଏମ୍ଏଫସି କୋର୍ଟର କାର୍ଯ୍ୟାନ୍ବୟନ ଉପରେ ଗୁରୁତ୍ବାରୋପ କରିବାକୁ ଆଜିର ବୈଠକରେ ଆହ୍ବାନ ଦିଆଯାଇଥିଲା । କଂଗ୍ରେସ ନେତା ତଥା ବସନ୍ତପଡ଼ା ସରପଞ୍ଚ ଚାଞ୍ଚେର ମାଝୀଙ୍କ ଆବାହକତ୍ବରେ ଆୟୋଜିତ ଏଇ ବୈଠକରେ ଲାଞ୍ଜିଗଡ଼ ବ୍ଲକର ତ୍ରିଲୋଚନପୁର, ମାଳିଯୁବାଙ୍ଗ, ବିଜେପୁର, ପାହାଡ଼ପଦର, ଲାଖବାହାଲି, ବେନଗାଁ, ଲାଞ୍ଜିଗଡ଼, ଛତ୍ରପୁର, ବସନ୍ତପଡ଼ା, ବାତେଲିମା, ଜଗନ୍ନାଥପୁର, ଚମ୍ପାଦେଇପୁର ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ନିର୍ବାଚିତ ପ୍ରତିନିଧି ଓ ବହୁ ସଂଖ୍ୟାରେ ଜନସାଧାରଣ ସାମିଲ ହୋଇଥିଲେ । ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଏଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଉଦୟ କୁମାର, ଚନ୍ଦ୍ରଧ୍ବଜ ପେସନିଆ, ପରମାନନ୍ଦ ନାଏକ, ଶ୍ରୀଧର ପେସନିଆ, ଅଶୋକ ପଟ୍ଟନାୟକ, ଶ୍ରୀମୁଖ ଅଗସ୍ତି, ସରସ୍ବତୀ ମୁଣ୍ଡା, ଭୂମିକା ମାଝୀ, କରୁଣା ମାଝୀ, ଗୋବିନ୍ଦ ନାଏକ, ପ୍ରଦୀପ ମାଝୀ, ମୁଗାନା ମାଝୀଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇ ଅଞ୍ଚଳର ବିକାଶ ପାଇଁ ନିଜର ପ୍ରତିବଦ୍ଧତା ଜାହିର କରିଥିଲେ । ଏହାସହିତ ଅଞ୍ଚଳର ବିକାଶରେ ସାମୁହିକ ଭାଗିଦାରିତାରୁ ନିଶ୍ଚିତ କରିବାକୁ ସାମୁହିକ ଶପଥ ନେଇଥିଲେ । ଆଗାମୀ ଦିନରେ ଅଞ୍ଚଳର ସମସ୍ୟାର ସ୍ଥାୟୀ ସମାଧାନ ଓ ଦାବିଗୁଡ଼ିକ ପୂରଣରେ ଅବହେଳା କରାଗଲେ ଭୋଟ ବର୍ଜନ ଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.