ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗତ ୭ ମାସ ତଳେ କୋଦଳା ଥାନା ଅନ୍ତର୍ଗତ ଫାସୀ ପଂଚାୟତ ଭୋଦୁଆ ରାମର ତିନି ଜଣ ଦାଦନ ଶ୍ରମିକ ମହାରାଷ୍ଟ୍ର ଯାଇ ନିଖୋଜ ହେବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଶ୍ରମ ବିଭାଗର ତତ୍ପରତା କ୍ରମେ ଉକ୍ତ ତିନିଜଣ ଶ୍ରମିକ ନିଜ ଗ୍ରାମ ଭୋଦୁଆକୁ ଫେରି ଗଣମାଧ୍ୟମ ଆଗରେ ନିର୍ଯ୍ୟାତନାର ହୃଦୟ ବିଦାରକ କାହାଣୀ ବଖାଣିଛନ୍ତି। ଗତ ୭ ମାସ ତଳେ ଭୋଦୁଆ ଗ୍ରାମର ୫ ଜଣ ଶ୍ରମିକ ଭିଟାମାଟି ଛାଡି ଦାଦନ ଖଟିବାକୁ ମହାରାଷ୍ଟ୍ର ଯାଇଥିଲେ l ସେଠାରେ ପହଂଚିବା ପରେ କିଛି ଲୋକ ତାଙ୍କୁ ଧରି ନେଇ ସମୁଦ୍ର ଓ ନଦୀ ରେ ମାଛ ଡଙ୍ଗା ରେ ଜାଲ ଭଡ଼ିବା ପାଇଁ ଖାଇବା ପିଇବା ଦେଇ ମାସିକ ୧୨ ହଜାର ଟଙ୍କା ରେ କାମ କରିବା ପାଇଁ ଚୁକ୍ତି କରିଥିଲେ l ତେବେ ୬ ମାସ କାମ କରିବା ପରେ ଉକ୍ତ ଶ୍ରମିକ ମାନେ ମାସିକ ପାଉଣା ମାଗିବାରୁ ଏମାନଙ୍କୁ ମାଡ ମାରୁଥିଲେ l ତେବେ ରାତି ଅଧିଆ ଲୁଚି ଆସିବା ପରେ କୌଣସି ସୂତ୍ରରୁ ମାଲିକ ଜାଣିବା ପରେ ଉକ୍ତ ୫ ଜଣ କୁ ଧରିବା ଲାଗି ପଡ଼ିଥିଲେ l କୌଶଳ କ୍ରମେ ଦୁଇ ଜଣ ଖସି ଗ୍ରାମ କୁ ଆସିଥିବା ବେଳେ ତିନି ଜଣ ଦାଦନ ଶ୍ରମିକ ଅଚ୍ୟୁତ ଦାସ, କବି ଦାସ ଓ କୈଳାଶ ଦାସ କୁ ମାଲିକ ଧରି ପକାଇ ସମୁଦ୍ରକୂଳର ପାଲ ଟଣା ଅସ୍ଥାୟୀ ବସା ରୁ ଏକ ବନ୍ଦ କୋଠରୀ ରେ ତାଲା ପକାଇ ଠେଙ୍ଗା ରେ ବ|ଡ଼ାଇବା ଓ ଦିନକୁ ୧୮ ଘଣ୍ଟା ଖଟାଇବା ସାଙ୍ଗକୁ ପାଉଣା ମାଗିଲେ ଖାଇବାକୁ ନ ଦେଇ ମାଡ଼ ମାରିବା ଭଳି ନିର୍ଯ୍ୟାତନା ଦେଉଥିବା କାହାଣୀ ବଖାଣି ଥିଲେ l ଏପରିକି ରାତି ରେ ତାଲା ବନ୍ଦ କୋଠରୀ ରଖିବା ଫଳରେ ଯାର ରେ ଝାଡା ପରିସ୍ରା କରିବାକୁ ପଡିଥିବା ୫୪ ବର୍ଷୀୟ ଅଚୁତ ଦାସ କୋହ ଭରା କାନ୍ଥରେ ପ୍ରକାଶ କରିଥିଲେ l ଉକ୍ତ ଘଟଣା ପ୍ରଚାର ହେବା ପରେ ଶ୍ରମ ବିଭାଗ କର୍ମକର୍ତା ଙ୍କ ଯୋଗାଯୋଗ ଫଳରେ ମାଲିକ ଗାଡି ଖର୍ଚ ଓ ମାତ୍ର ତିନି ହଜାର ଟଙ୍କା ଦେଇ ଛାଡି ଦେଇଥିବା ଦାଦନ ନିର୍ଯ୍ୟାତନ ରୁ ମୁକୁଳି ଏହି ଶ୍ରମିକ ମାନେ କହିଛନ୍ତି l ପ୍ରକାଶ ଥାଉକି ଫାସୀ ପଂଚାୟତ ର ଭୋଦୁଆ ଗାଁ ରେ ଥିବା ୯୫ ପରିବାର ମଧ୍ୟରୁ ବର୍ତ୍ତମାନ ରାଜ୍ୟ ବାହାରେ ପ୍ରାୟ ୮୦ ଜଣ ଶ୍ରମିକ ଦାଦନ ଖଟୁଥିବା ଏ ସୂତ୍ରରୁ ଜଣାପଡିଛି l