ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ୭୭ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜୁନାଗଡ଼ ବ୍ଲକ ଚିଙ୍ଗୁଡ଼ି ର ସ୍ଥିତ ବିବେକାନନ୍ଦ ୟୁଥ କ୍ଲବ ପକ୍ଷରୁ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଚିଙ୍ଗୁଡିସର ଗ୍ରାମପଞ୍ଚାୟତ ଠାରେ ବୃକ୍ଷ ରୋପଣ କରାଯାଇଛି। ବିବେକାନନ୍ଦ ୟୁଥ କ୍ଲବର ସମ୍ପାଦକ ହିମାଂଶୁ ଭୂଷଣ ପୁଝାରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ କ୍ଳବର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।