ଦଣ୍ଡପାଟ ଯୁବ ସେବା ସଂଗଠନ ବେହେରା ପକ୍ଷରୁ ସ୍ବାଧୀନତା ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଳ): ଧର୍ମଗଡ ବ୍ଲକ ବେହେରା ସ୍ଥିତ ଦଣ୍ଡପାଟ ଯୁବ ସେବା ସଂଗଠନ ପକ୍ଷରୁ ଆଜି ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ କାର୍ଯ୍ୟାଳୟ ପରିସରରେ ପଳିତ ହୋଇଯାଇଛି। ସଂଗଠନର ସଭାପତି ଭବେଶ ଗଇଁତା ଧ୍ବଜାରୋହଣ କରିବା ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା। ଦେଶକୁ ସ୍ବାଧୀନ କରିବା ପାଇଁ ଲଢେଇ କରିଥିବା ମହାତ୍ମାମାନଙ୍କ ଶୃତି ଚାରଣ କରିଥିଲେ। ଏହି ଅବସରରେ ଆଖପାଖ ଲୋକ, ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। ସଂଗଠନ ସଂପାଦକ ଭୁଜବଳ ନାଏକ, ଶୁଶିଲ ଚନ୍ଦ୍ର ନାଗ, ଭିକାରୀ ଚରଣ ଗୋପାଳ, ତରେଶ କୁମାର ବିଶି, ତ୍ରିଲୋକ ସିଂ, ହେମାଳ ବିଶି, ରିଙ୍କୁ ବିଶି, ଇଶ୍ବର ବାଣୁଆ, ଟିକେଶ୍ବର ଭୋଇ, ରୁପେଶ ନାୟକ ପ୍ରମୂଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.