ଆମେରିକାରେ ଜର୍ଜିଆ ଓଡ଼ିଆ ସୋସାଇଟ୍‌ ପକ୍ଷରୁ ସ୍ୱାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଆଟ୍‌ଲାଣ୍ଟା: ଭାରତରେ ୭୭ତମ ସ୍ୱାଧୀନତା ଦିବସ ଦେଶସାରା ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଉଥିବାବେଳେ ଦେଶ ବାହାରେ ଆମେରିକାର ଆଟ୍‌ଲାଣ୍ଟା ସହରରେ ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ମଧ୍ୟ ସ୍ୱାଧୀନତା ଦିବସ ଖୁବ୍ ଉତ୍ସାହ ଓ ଉଦ୍ଦିପନାର ସହିତ ପାଳନ କରାଯାଇଛି । ଏହି ଅବସରରେ ଓଡ଼ିଆ ଭାଇଭଉଣୀମାନେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବୀରପୁତ୍ର ପାଇକମାନଙ୍କର ତ୍ୟାଗ ଓ ବଳୀଦାନକୁ ପାଇକ ନୃତ୍ୟ ମାଧ୍ୟମରେ ଖୁବ୍ ନିଖୁଣତାର ସହିତ ପ୍ରଦର୍ଶନ କରିଛନ୍ତି । ଏହା ସହିତ ସମ୍ବଲପୁରୀ ଲୋକନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ସ୍ୱାଧୀନତା ଦିବସର ଏହି ଶୁଭ ଅବସରରେ ଭାରତୀୟ ହିନ୍ଦୀ ସିନେ କଳାକାର ନେହା ଧୁପିଆଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜର୍ଜିଆ ଓଡ଼ିଆ ସୋସାଇଟ୍ ତରଫରୁ ପ୍ରଦର୍ଶିତ ଓଡ଼ିଆ ଲୋକନୃତ୍ୟ ବିଦେଶ ମାଟିରେ ବହୁତ ଆଦୃତ ହୋଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.