ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ୭୭ତମ ସ୍ୱାଧୀନତା ଦିବସ ପାଳନ

ଓଡ଼ିଆ ବାର୍ତ୍ତା/ ଯାଜପୁର (ବିରଞ୍ଚି ନାରାୟଣ ପତ୍ରୀ): ଯାଜପୁର ଜିଲ୍ଲା ବ୍ୟାସନଗର ଠାରେ ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଜିଲାରେ ବିଭିନ୍ନ ସ୍ଥାନରେ ୭୭ତମ ସ୍ୱାଧୀନତା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ସାପଗାଡ଼ିଆ ଠାରେ ଜିଲ୍ଲା କାର୍ଯ୍ୟାଳୟ ପରେ ପରେ ଯାଜପୁର ରୋଡ ରେଳଷ୍ଟେସନ ଠାରେ ଥିବା ବ୍ୟାସନର ମୋଟର ଚାଳକ ସଂଘ ଧାଵାଳଗିରି ସ୍ଥିତ କଳିଙ୍ଗନଗର ଅଟୋ ମାଲିକ ସଂଘ ଓ ମାନପୁର ଠାରେ ଥିବା ସୁକିନ୍ଦା ରୋଡ ଲୋଡିଙ୍ଗ ଅନଲୋଡିଙ୍ଗ ଶ୍ରମିକ ସଙ୍ଘ ଦ୍ୱାରା ଶ୍ରମକାର୍ଯ୍ୟାଳୟ ସମୁଖରେ ଶ୍ରମିକ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରାଜ୍ୟ ଉପ ସଭାପତି ବିଦ୍ୟାଧର ମହାନ୍ତି ସମସ୍ତ ସ୍ଥାନରେ ପତାକା ଉତ୍ତାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଚନ୍ଦ୍ରମଣି ସାହୁ, ଶିକ୍ଷକ ଗୋବର୍ଦ୍ଧନ ସାହୁ, ସନ୍ତୋଷ ରଣା, ଶ୍ରମିକ ନେତା ଅଭିମନ୍ୟୁ ପାତ୍ର, ଲଷ୍ମୀଧର ପାତ୍ର, ଶ୍ରୀଧର ମଲିକ, ମନୋଜ ରାଉତ, ବିଦ୍ୟାଧର ଜେନା, ମାଧବ ମହାପାତ୍ର, ଶତ୍ରୁଘନ ମଲିକ, ବିଚିତ୍ର ପାତ୍ର ପ୍ରମୁଖ ଆଜିଦି କା ଅମ୍ବୃତ ମହୋତ୍ସବ ପରିପ୍ରକ୍ଷୀରେ ଦେଶର ଏକତା ଅଖଣ୍ଡତା ଉପରେ ଗୁରୁତ୍ୱ ଆରୋପ କରିବା ସହିତ ମଣିପୁର ଘଟଣା ବିଜେପି ସରକାର କର ବିଫଳତା ବୋଲି ଦୃଢ ସମାଲୋଚନା କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.