ଉଲିକୁପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପତାକା ଉତ୍ତୋଳନ କଲେ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ୭୭ତମ ସ୍ୱାଧୀନତା ଦିବସ ଅବସରରେ ନର୍ଲା ବ୍ଲକ ଅଧିନସ୍ଥ ଉଲିକୁପା ମାଧ୍ୟମିକ ବିଦ୍ୟାଳୟ ଠାରେ ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ । ସ୍ୱାଧୀନତା ଦିବସ ହେଉଛି ସେହି ମହାନ ଦିନ ଯେଉଁ ସ୍ୱାଧୀନତା ପାଇବା ପାଇଁ ଅନେକ ସଂଘର୍ଷ ଓ ସଂଗ୍ରାମ କରିବାକୁ ପଡିଥିଲା ଆମ ପୂର୍ବଜ ମାନଙ୍କୁ । ଅନେକ ସ୍ୱାଧିନତା ସଂଗ୍ରାମୀ ମାନଙ୍କୁ ଲୁହ ,ଲହୁ ଓ ବଳିଦାନ ଦେବାକୁ ପଡିଥିଲା । ସେ ଯାହା ବି ହେଉ ପରିଶେଷ ରେ ଆମ ଦେଶ ସ୍ବାଧୀନ ହୋଇଥିଲା । ଆମେ ସ୍ୱାଧୀନତା ପାଇଥିଲେ । ତେଣୁ ଆଜିର ଦିନ ରେ ଆମେ ଶପଥ ନେବା, ଯେଉଁ ସ୍ବପ୍ନର ଭାରତ ଗଢି ତୋଳିବା ପାଇଁ ସେମାନେ ନିଜ ଜୀବନକୁ ବଳିଦାନ ବା ବାଜି ଲଗେଇ ଦେଇଥିଲେ । ସେମାନଙ୍କର ଅଧୁରା ଥିବା ସ୍ବପ୍ନ କୁ ପୂରଣ କରିବା ବୋଲି ତାଙ୍କ ଅଭିଭାଷଣରେ କହିଥିଲେ । ଛାତ୍ରଛାତ୍ରୀଙ୍କ ଭାରତ ମାତକି ଜୟ, ବନ୍ଦେ ମାତରମ ନାରାରେ ଉଳିକୁପା ବିଦ୍ୟାଳୟ ପରିସର ଗୁଞ୍ଜରୀ ଉଠିଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.