ଡେଙ୍ଗ ବିଦ୍ୟାଳୟରେ ବନ୍ୟପ୍ରାଣୀ ସପ୍ତାହ ପାଳନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ଡେଙ୍ଗ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଅମରାବତୀ ଇକୋ କ୍ଲବ ଓ ଜୁନିୟର ରେଡକ୍ରସ ଆନୁକୂଲ୍ୟରେ ୬୯ତମ ବନ୍ୟପ୍ରାଣୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଶିକ୍ଷକ ତଥା ରେଡକ୍ରସ କର୍ମୀ ରାମ ନାରାୟଣ ଦାଶ ସଂଯୋଜନା କରିଥିଲେ । ଏହି ପରିବେଶ ସନ୍ତୁଳନ ପାଇଁ ପ୍ରାଣୀଙ୍କ ସୁରକ୍ଷା ଏବଂ ସଂରକ୍ଷଣ ଅପରିହାର୍ଯ୍ୟ। ମୁଖ୍ୟତଃ ଜଙ୍ଗଲରେ ରହୁଥ‌ିବା ପ୍ରାଣୀଙ୍କ ଯୋଗୁଁ ଜୈବ ବିବିଧତା ବଜାୟ ରହିଥାଏ। ଜଙ୍ଗଲ ବିନା ଜଳବାୟୁ ପରିବର୍ତ୍ତନର ଆଶଙ୍କା ଅଧିକ। ତେବେ ପୃଥିବୀର ସ୍ଥାୟିତ୍ଵ ପାଇଁ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହେଉଥ‌ିବା ପ୍ରାଣୀଙ୍କ ସୁରକ୍ଷା ଲାଗି ପ୍ରତିବର୍ଷ ଅକ୍ଟୋବରରେ ବିଶ୍ଵ ବନ୍ୟପ୍ରାଣୀ ସପ୍ତାହ ପାଳନ କରାଯାଇଥାଏ। ଏହି ପ୍ରାଣୀମାନଙ୍କ ବିକାଶ ଲକ୍ଷ୍ୟ ନେଇ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସପ୍ତାହ ବ୍ୟାପି ହୋଇଥିବା ବିଭିନ୍ନ ଦିନରେ ଆଲୋଚନା ଚକ୍ର, ପ୍ରତିଯୋଗୀତା, ସଚେତନତା ଶୋଭାଯାତ୍ରା, ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ ପ୍ରତିଯୋଗୀତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଲିଙ୍ଗରାଜ ନନ୍ଦ, ସମୀର ସେଠୀ, ଦୀପକ ସେନ ଧରୁଆ, ଶିକ୍ଷୟିତ୍ରୀ ରେଣୁକା ସାହୁ, କାନ୍ତି ଭୋଇ, ଦ୍ରୋପଦୀ ଭୋଇ, ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ବିଜ୍ଞାନ ଶିକ୍ଷକ କୃପାସିନ୍ଧୁ ମିଶ୍ର ପରିଚାଳନା କରିଥିଲା ବେଳେ ଶିକ୍ଷକ ସୁଦର୍ଶନ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.