ଗୋପାଳ ବନ୍ଧ ପୋଖରୀରୁ ଯୁବକଙ୍କ ଶବ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ସହରରେ ଥିବା ଗୋପାଳବନ୍ଧରୁ ଆଜି ସକାଳେ ଏକ ଶବ ଭାସୁ ଥିବା ଦେଖୁ ଲୋକମାନେ ପୋଲିସ କୁ ଖବର ଦେଇ ଥିଲେ | ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ କୂଳକୁ କାଢ଼ି ଦେଖିଲା ବେଳକୁ ତାହା ରଥସାହିର ବାସିନ୍ଦା ବାବୁଲା କୁମାର ପଣ୍ଡା (୪୧)ଙ୍କ ବୋଲି ପୋଲିସ ଜାଣି ବାକୁ ପାଇଛନ୍ତି | ପୁଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାରବର୍ଗକୁ ହସ୍ତାନ୍ତର କରିଛି । କେସ୍ ନମ୍ବର ୩୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ସେକେଣ୍ଡ୍ ଅଫିସର୍ ଶାନ୍ତନୁ କୁମାର ଦିଗାଲ କହିଛନ୍ତି। ଗତକାଲି ରାତିରେ ବାବୁଲା ହଠାତ୍ ନିଖୋଜ ହୋଇଯାଇଥିବା ନେଇ ପତ୍ନୀ ସରସ୍ବତୀ ଥାନାରେ ମୌଖିକ ଭାବେ ଅଭିଯୋଗ କରିଥିଲେ। ତେବେ ଆଜି ଭୋର୍‌ରେ ବାବୁଲାଙ୍କ ଶବ ପୋଖରୀରେ ଭାସୁଥିବା ଦେଖିବାକୁ ମିଳିଥିଲା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.