ଓରମାସ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ତରଫରୁ ବ୍ଲକ ଛକରେ ଅସ୍ଥାୟୀ ଟେରାକୋଟା ବିକ୍ରୟ କେନ୍ଦ୍ରର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୋନପୁର ବ୍ଲକ ଛକ ଠାରେ ଦୀପାବଳି ପର୍ବକୁ ଆଖି ଆଗରେ ରଖି ଜିଲ୍ଲାର ଜନସାଧାରଙ୍କୁ ଟେରାକୋଟା ହସ୍ତଶିଳ୍ପ ସାମଗ୍ରୀ ଚାହିଦା କୁ ପୂରଣ କରିବା ଉଦ୍ୟେଶରେ ଅସ୍ଥାୟୀ ଟେରାକୋଟା ବିକ୍ରୟ କେନ୍ଦ୍ରକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଲେନ୍ଦ୍ରୁ ରାୟ ଉଦଘାଟନ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଦୋକାନରେ ଥିବା ବିଭିନ୍ନ ପ୍ରକାରର ଟେରାକୋଟା ସାମଗ୍ରୀକୁ ଦେଖିଥିଲେ ଏବଂ ଉପସ୍ଥିତ ଉତ୍ପାଦକ ଗୋଷ୍ଠୀ ର ସଦସ୍ୟ/ ସଦସ୍ୟା ମାନଙ୍କୁ ଲୋକଙ୍କ ଚାହିଦା ମୁତାବକ ସାମଗ୍ରୀ ମହଜୁଦ ରଖିବା ପାଇଁ ଉତ୍ସାହିତ କରିଥିଲେ। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ, ସୁବର୍ଣ୍ଣପୁରର ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ଵିନୀ କୁମାର ମେହେର ଯୋଗ ଦେଇ ଉତ୍ପାଦକ ଗୋଷ୍ଠୀର ସଦସ୍ୟ/ସଦସ୍ୟା ମାନଙ୍କ ସହ ଟେରାକୋଟା ସାମଗ୍ରୀ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଡ଼ିଓ, ସୋନପୁର ସୋମ୍ୟରଞ୍ଜନ ସ୍ୱାଇଁ, ଜିଲ୍ଲା ଲୋକସମ୍ପର୍କ ଅଧିକାରୀ  ଅଶ୍ଵିନୀ କୁମାର ଭୋଇ, ଏପିଡି- ଦକ୍ଷତାବୁଦ୍ଧି ଶୈବାଳିନୀ ପଟ୍ଟନାୟକ, ଓରମାସ ସୁବର୍ଣ୍ଣପୁରର କାର୍ଯ୍ୟନିର୍ବାହୀ ସହକାରୀ  ଦେବାଶିଷ ମିଶ୍ର, ଡିସି -ସ୍କିଲ ବିଶ୍ୱମ୍ବର ପରିଡା, ବ୍ୟବସାୟ ପରିଚାଳନା ମହେଶ କୁମାର ଦାଶ ଓ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.