ନଭେମ୍ବର ୨୫ ଓ ୨୬ ରେ ହେବ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଓଡ଼ିଶାର ଅନ୍ୟତମ ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ଚନ୍ଦ୍ରମଣି ନାଟ୍ୟ ସଂଘ’ ପକ୍ଷରୁ ଚଳିତ ମାସ ୨୫ ଓ ୨୬ ତାରିଖ ୨ ଦିନ ଦିନ ଧରି ଶତ ବାର୍ଷିକୀ ମହୋତ୍ସବ ମହା ସମାରୋହରେ ପାଳନ କରାଯିବ। ୨୫ ତାରିଖ ସକାଳ ଦଶ ଘଣ୍ଟା ସମୟରେ ମ.ରାମପୁରର ଇଷ୍ଠ ଦେବୀ ମା ଡୋକାରୀଙ୍କ ମନ୍ଦିର ଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ନଗର ପରିକ୍ରମା କରିବା ପରେ ଉତ୍ସବ ପଡିଆ( ଚାରି ଛକ) ଚନ୍ଦ୍ର ମଣି ରଙ୍ଗ ମଞ୍ଚରେ ସ୍ଥାପନ କରାଯିବ । ସନ୍ଧ୍ୟାରେ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହେବ । ଉତ୍ସବ ଅବସରରେ ସ୍ମରଣିକା ଉନ୍ମୋଚନ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟ୍ୟକାର ପ୍ରଫେସର ବିଜୟ ଶତପଥୀଙ୍କ ରଚିତ ଓ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ ଙ୍କ ନିର୍ଦ୍ଦେଶିତ “ଏଇ ଯେ ସୂର୍ଯ୍ୟ ଉଏଁ” ନାଟକ ମଞ୍ଚସ୍ଥ ହେବ । ଠିକ୍ ସେହି ପରି ୨୬ ତାରିଖରେ ଉଦଯାପନୀ ଉତ୍ସବରେ ସାଂସ୍କୃତିକ ସଭା, ରାଜା ନାଟ୍ୟକାର ଦୁର୍ଗା ମାଧବ ସିଂହ ଦେଓ ସ୍ମୃତି ସମ୍ମାନ ପ୍ରଦାନ, ସମ୍ବର୍ଦ୍ଧନା ପ୍ରଦାନ ଏବଂ ତାପରେ ନାଟ୍ୟକାର ପଦ୍ମ ଲୋଚନ ମିଶ୍ରଙ୍କ ରଚିତ ଓ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ନିର୍ଦ୍ଦେଶିତ “ପରଶୁ ର ଉତ୍ତର”ଦାୟିତ୍ଵ ନାଟକ ମଞ୍ଚସ୍ଥ ହେବ । ତେବେ ପୂର୍ବରୁ ଏହି ଶତ ବାର୍ଷିକୀ ମହୋତ୍ସବ ଚଳିତ ମାସ ୨୧ ଓ ୨୨ ତାରିଖ ରେ ହେବା ନେଇ ଘୋଷଣା କରାଯାଇଥିଲା କିନ୍ତୁ ଏଥିରେ ସାମାନ୍ୟ ପରିବର୍ତ୍ତନ ହେଇ ଚଳିତ ମାସ ୨୫ ଓ ୨୬ ତାରିଖ ଦୁଇ ଦିନ ଧରି ମହା ସମାରୋହରେ ପାଳନ କରାଯିବ ବୋଲି ସମ୍ପାଦକ ହେମନ୍ତ ସାହୁ ସୂଚନା ପ୍ରଦାନ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.