ଜିଲ୍ଳାର ବେରୋଜଗାର ଯୁବକ ଯୁବତୀଙ୍କ ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଶିବିର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଜିଲ୍ଲା ପ୍ରସାଶନ ଓ ଦକ୍ଷତା ବିକାଶ ପ୍ରାଧିକରଣ ଓଡ଼ିଶା ର ମିଳିତ ଆନୁକୁଲ୍ୟ ରେ ଜିଲ୍ଲାର ଯୁବକ ଓ ଯୁବତୀ ମାନଙ୍କୁ ସ୍ବାବଲମ୍ବୀ କରିବା ଓ ନିମନ୍ତେ ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଜିଲ୍ଲାର ସମସ୍ତ ବ୍ଲକ ପରିସରରେ ତା ୧୩.୧୧.୨୦୨୩ ରୁ ତା ୧୮.୧୧.୨୦୨୩ ମଧ୍ୟରେ ଅନୁଷ୍ଠିତ ହେବ l ଏହି ପରିପ୍ରେକ୍ଷୀରେ ବ୍ଲକ ପରିସର ଡୁଙ୍ଗୁରିପାଲି ଠାରେ ୧୩.୧୧.୨୦୨୩, ତରଭା -୧୪.୧୧.୨୦୨୩, ବିନିକା -୧୫.୧୧.୨୦୨୩, ଉଲୁଣ୍ଡା -୧୬.୧୧.୨୦୨୩, ବିରମହାରାଜପୁର -୧୭.୧୧.୨୦୨୩ ଓ ସୋନପୁରରେ -୧୮.୧୧.୨୦୨୩ ତାରିଖ ରେ ଅନୁଷ୍ଠିତ ହେବ l ଏହି ଶିବିରରେ ବିଭିନ୍ନ ତାଲିମ ପ୍ରଦାନକାରୀ ସଂସ୍ଥାମାନେ ଯୋଗଦେଇ ପରାମର୍ଶ ଦେବା ସହ ସ୍ଵଳ୍ପ କାଳୀନ ତାଲିମ ପ୍ରଦାନପରେ ଘରୋଇ ସଂସ୍ଥା ମାନଙ୍କରେ ଚାକିରୀ ଦିଆଯିବ । ଏହା ସମ୍ପୂର୍ଣ୍ଣ ଆବାସିକ ଏବଂ ନିଶୁଳ୍କ ରହିଥିବା ବେଳେ ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥୀନୀ ଙ୍କ ଶିକ୍ଷା ଯୋଗ୍ୟତା ପଞ୍ଚମ ଶ୍ରେଣୀ ପାସ ଏବଂ ତଦୁର୍ଧ୍ୱ ହୋଇଥିବା ସହ ବୟସ ୧୮-୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ l ଜିଲ୍ଲାର ସମସ୍ତ ଯୋଗ୍ୟ ବେରୋଜଗାର ଯୁବକ ଯୁବତୀ ମାନେ ଏହାର ନିଶ୍ଚିତ ସୁଯୋଗ ନେବାକୁ ଅନୁରୋଧ କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.