ରୋହିତଙ୍କ ଛକା, ଚୌକାକୁ ନେଇ ପାକିସ୍ତାନ ଟିଭିରେ ବଡ଼ ବିତର୍କ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ନେଦରଲାଣ୍ଡ୍ସ ବିପକ୍ଷରେ ବିଶ୍ୱକପରେ ଭାରତର ଦମଦାର ବିଜୟ କେବଳ ନିଜର ଆଧିପତ୍ୟକୁ ସୁଦୃଢ଼ କରିନି, ବରଂ ପାକିସ୍ତାନର କିଛି କ୍ରିକେଟ୍ କିମ୍ବଦନ୍ତୀଙ୍କ ପ୍ରଶଂସା ମଧ୍ୟ ସାଉଁଟିଛି। ପାକିସ୍ତାନର ସ୍ପୋର୍ଟସ ଚ୍ୟାନେଲ ASportsରେ ଏକ ବିତର୍କ ସମୟରେ, ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଆକ୍ରମ, ସୋଏବ ମଲିକ, ଏବଂ ମିସବା ଉଲ୍ ହକ୍ ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଛନ୍ତି। ବିଶେଷ କରି ଅଧିନାୟକ ରୋହିତ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିଛି।ପୂର୍ବତନ ବାମହାତୀ ପେସ୍ ବୋଲର ଆକ୍ରାମ କହିଛନ୍ତି, ରୋହିତ ଶର୍ମାଙ୍କ ବ୍ୟାଟିଂ ଶୈଳୀରେ ସେ ବେଶ୍ ପ୍ରଭାବିତ। ଯେକୌଣସି ବୋଲିଂ ଆକ୍ରମଣ ବିପକ୍ଷରେ ସହଜରେ ରନ୍ କରିବାରେ ସେ ସିଦ୍ଧ ହସ୍ତ। ରୋହିତ ଶର୍ମା ଜଣେ ଭିନ୍ନ ଖେଳାଳି। ସେ ବ୍ୟାଟିଙ୍କୁ ବେଶ୍ ସହଜ ମନେକରନ୍ତି। ଯେକୌଣସି ପରିସ୍ଥିତିରେ, ଯେକୌଣସି ବୋଲିଂ ଆକ୍ରମଣରେ ସେ ସହଜରେ ରନ୍ ବର୍ଷା କରିପାରନ୍ତି। ସୋଏବ ମଲିକ୍ ତଥା ଭାରତର ଜ୍ବାଇଁ ପୁଅ ଆକ୍ରମଙ୍କ ମତାମତକୁ ସମର୍ଥନ କରି କହିଛନ୍ତି, ବିପକ୍ଷ ଦଳର ସମସ୍ତ ପାଞ୍ଚ ଜଣ ବୋଲରଙ୍କ ଉପରେ ରୋହିତ ଶର୍ମାଙ୍କ ପ୍ରଭାବ ରହିଛି। ରୋହିତ ଶର୍ମା ଜଣେ ଏପରି ଏକ ବ୍ୟାଟର ଯିଏ ବିପକ୍ଷ ଦଳର ସମସ୍ତ ପାଞ୍ଚ ଜଣ ବୋଲରଙ୍କ ବିପକ୍ଷରେ ରନ୍ ସଂଗ୍ରହ କରନ୍ତି। ଓ୍ବାସିମ ଭାଇ ଯେଉଁ ଖେଳାଳିଙ୍କ ନାଁ ରଖିଛନ୍ତି (ବିରାଟ କୋହଲି, ଜୋ ରୁଟ୍, କେନ୍ ବିଲିୟମସନ୍, ବାବର ଆଜମ୍) ସେମାନେ ପାଞ୍ଚ ଜଣ ବୋଲରଙ୍କୁ ମାରନ୍ତି ନାହିଁ। ସେମାନେ ତିନୋଟି କିମ୍ବା ସର୍ବାଧିକ ଷଷ୍ଠ କିମ୍ବା ସପ୍ତମ (ପାର୍ଟ ଟାଇମ୍) ବୋଲରଙ୍କୁ ମାରନ୍ତି। ରୋହିତ ଶର୍ମା କିନ୍ତୁ ସମସ୍ତ ପାଞ୍ଚ ଜଣ ବୋଲରଙ୍କୁ ଛକ୍କ ମାରନ୍ତି। ସେହିପରି ଡେଙ୍ଗୁ ରୋଗରୁ ଆରୋଗ୍ୟ ଲାଭ କରିବା ପରେ ଶୁଭମନ ଗିଲଙ୍କ ପ୍ରଭାବଶାଳୀ କମ୍ ବ୍ୟାକ ଉପରେ ମଧ୍ୟ ଆଲୋଚନା କରିଥିଲେ। ଚିଭି ଚ୍ୟାନେଲର ନ୍ୟୁଜ ଆଙ୍କର ଦର୍ଶାଇଛନ୍ତି ଯେ ଗିଲ୍ ରିଟର୍ଣ୍ଣ କରିବା ପରଠାରୁ ରନ୍ ଲୁଟିବାରେ ବ୍ୟସ୍ତ। ଯାହା ଭାରତର ବ୍ୟାଟିଂ ଶକ୍ତିକୁ ଆହୁରି ବଢ଼ାଇ ଦେଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.