ଡୋକରୀଚଞ୍ଚରା ସଫେଇ ଓ ଜନ ସଚେତନତା କାର୍ଯ୍ୟକ୍ରମ

ପଢିବ ଓଡ଼ିଶା ବଢିବ ଓଡ଼ିଶା, ସ୍ବଚ୍ଛ ଓଡ଼ିଶା ସୁସ୍ଥ ଓଡ଼ିଶା

କଳାହାଣ୍ଡି/ ଓଡିଆ ବାର୍ତ୍ତା (ରଜତ ବଂଶଳ): ନୂଆ-ଓ ‘ଯୁବ ଓଡ଼ିଶା ନବୀନ ଓଡିଶା’ ଅନ୍ତର୍ଗତ ସାମାଜିକ କାର୍ଯ୍ୟକଳାପ କାର୍ଯ୍ୟକ୍ରମରେ ଲଖିରାମ ଅଗ୍ରୱାଲ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ବେହେରା ପକ୍ଷରୁ କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ଖଲିଗଡ ଗ୍ରାମରେ ଏକ ସଚେତନତା ଅଭିଯାନ ମାଧ୍ୟମରେ ଗ୍ରାମ ଭ୍ରମଣ କରି ବୟସ୍କ ନିରକ୍ଷରମାନଙ୍କୁ ସିଲଟ, ଖଡି ଓ ଛବିଳ ବର୍ଣ୍ଣବୋଧ ଦେଇ ପାଠ ପଢିବା ଓ ସଚେତନ ନାଗରିକ ହେବ ପାଇଁ ଉତ୍ସାହିତ କରାଯାଇଥିଲା। ଏହି ଗ୍ରାମରେ ଥିବା ଶିଶୁ ବିଦ୍ୟାର୍ଥିମାନମାନଙ୍କୁ  ଖାତା, କଲମ ଓ ଚକୋଲେଟ ବଣ୍ଟନ କରି ନିୟମିତ ବିଦ୍ୟାଳୟକୁ ଯାଇ ଅଧ୍ୟୟନ କରିବା ପାଇଁ ବୁଝାଯାଇଥିଲା। ପରେ ପରେ କୋକସରା ପଞ୍ଚାୟତ ସମିତି ଅନ୍ତର୍ଗତ ଐତିହାସିକ ଓ କିମ୍ବଦନ୍ତୀରେ ଭରପୁର ଗୁଡହାଣ୍ଡି ଡୋକରୀଚଞ୍ଚରାର ସଫେଇ କରାଯାଇଥିଲା। ମନ୍ଦିର ପରିସର, ରାସ୍ତା ଓ ଡୋକରୀଚଞ୍ଚରା ସଫା କରିବା ସହ  ପିକନିକ ଋତୁରେ ଆସିଥିବା ଦର୍ଶନାର୍ଥୀମାନଙ୍କୁ ପଳିଥିନ ବ୍ୟବହାର ନକରିବା, ରୋଷେଇ ପରେ ପରିବେଶ ସଫା ରଖିବା, ଖଳିପତ୍ରକୁ ଅଳିଆ କୁଣ୍ଡରେ ଫିଙ୍ଗିବା ଉପରେ ସଚେତନ କରାଯାଇଛି। କଲେଜର ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାଏକଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ନୋଡାଲ ଅଫିସର ଅଧ୍ୟାପକ ରଂଜନ କୁମାର ପଣ୍ଡା, ଅଧ୍ୟାପକ ଅକ୍ଷୟ ପଟ୍ଟନାୟକ, ନିକୁଞ୍ଜ ବିହାରୀ ସାହୁ, ପିଇଟି ସୁରେନ୍ଦ୍ର କୁମାର ସାହୁ, ଗ୍ରନ୍ଥାଗାର ଫକୀର ଚଣ୍ଡି ଉପସ୍ଥିତ ଥିଲେ। ଡୋକରୀଚଞ୍ଚରା ଉନ୍ନୟନ କମିଟି କାର୍ଯ୍ୟକର୍ତ୍ତା, ଅଧ୍ୟାପକ ଅଈରୀ ନାଶନ ଚିନ୍ଦା, ସମାଜସେବୀ ଋତୁରାଜ ମାଝୀ, ଥୁଆମୁଲ ରାମପୁର କଲେଜର ଅଧ୍ୟକ୍ଷ ସତ୍ୟନାରାୟଣ ମୁଣ୍ଡଛିନା, କରଚଳା କଲେଜର ଅଧ୍ୟକ୍ଷ ଭାରତ ମୁଣ୍ଡ, ଅଧ୍ୟାପକ ତପନ କୁମାର ପଣ୍ଡା, ଆଧ୍ୟାତ୍ମସାମାଜିକ ପ୍ରେମୀ ଲକ୍ଷୀକାନ୍ତ ଖମାରୀ, ବିଦ୍ୟାଶ୍ରୀ ନିକେତନ କଲେଜର ଅଧ୍ୟକ୍ଷ ସୁରେନ୍ଦ୍ର ନାଏକ, ଜଙ୍ଗଲରକ୍ଷୀ ସୁଧାଂଶୁ ସାହୁ ଓ ସ୍ଥାନୀୟ ଜଙ୍ଗଲ ବିଭାଗ କର୍ମଚାରୀ ସ୍ବେଚ୍ଛାସେବୀମାନଙ୍କୁ ଉଚ୍ଚ ପ୍ରଶଂସିତ କରିଥିଲେ। ସାମାଜିକ କାର୍ଯ୍ୟକଳାପର ନୋଡାଲ ଅଫିସର ତଥା ଯୁବରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ମୋହନ ଚରଣ ବିଷି କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ  ଅଶୋକ ଚଣ୍ଡି, ସାନୁର୍ଯ୍ୟ ଗୋପାଳଙ୍କ ସମେତ ମହାବିଦ୍ୟାଳୟ ଯୁବରେଡକ୍ରସ ସ୍ବେଚ୍ଛାସେବୀ ଓ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ଅଂଶଗ୍ରହଣ ଓ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.