ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): 8ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ଓ ‘ମିଳିତ ନିଶା ନିବାରଣ ଅଭିଯାନ (ମନା)ର ମିଳିତ ସହଯୋଗରେ ସଭାପତି ପ୍ରଭାକର ସାହୁଙ୍କ ଅଧ୍ୟକ୍ଷତାରେ ନିଶା ବିରୋଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦିକା ମମତା ମହାପାତ୍ର ଶିବିର ଆୟୋଜନର ଆଭିମୁଖ୍ୟ ବର୍ଣ୍ଣନା କରି ନିଶାମୁକ୍ତ ସମାଜ ଗଠନରେ ଛାତ୍ରଛାତ୍ରୀମାନଙ୍କ ସହଯୋଗ କାମନା କରିଥିଲେ । ଉପଦେଷ୍ଟା ସୁବ୍ରତ କର ସଂପ୍ରତି ଖବରକାଗଜରେ ପ୍ରକାଶିତ ନିଶାର ଭୟାବହ ବିବରଣୀ ଦେବା ସହ ସରକାର ୧୯୫୬ ମସିହା ନିଶା ନିବାରଣ ଆଇନ କାର୍ଯ୍ୟକାରୀତାର ବିଫଳତାର ଚିତ୍ର ଉପସ୍ଥାପନ କରିଥିଲେ । ଡ. କେଶବ ଚରଣ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ନିଶା ବିରୋଧରେ ଶପଥ ପାଠ କରାଇଥିଲେ ।
ଏହି ଅବସରରେ ନିଶା ବିରୋଧ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୯ଜଣ କଲେଜ ଛାତ୍ରଛାତ୍ରୀ – ମଦନମୋହନ ପ୍ରଧାନ, ନମିତା ପାତ୍ର, ପଦ୍ମିନୀ ତରେଇ, ମୋନାଲି ଆଚାର୍ଯ୍ୟ, କଳ୍ପନା ରାଉତ, ଆଶୁତୋଷ ମହାପାତ୍ର, ତୃପ୍ତି ମଣ୍ଡଳ, ବିଭୂତି ଭୂଷଣ ନାୟକ ଓ ବନିତା ପାତ୍ରଙ୍କୁ ‘ମନା’ ପକ୍ଷରୁ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା । ଉପସଭାପତି ଡ. କ୍ଷିତୀଶ୍ବର ଦାଶ, ମହାବିଦ୍ୟାଳୟର ଅଧ୍ୟକ୍ଷା ଲାବଣ୍ୟ ମହାନ୍ତି, ଗଭର୍ଣ୍ଣିଙ୍ଗ୍ ବଡ଼ିର ସଭାପତି ସଂଜୟ କୁମାର ପଣ୍ଡା, କଲ୍ୟାଣୀ ନନ୍ଦ ବକ୍ତବ୍ୟ ଦେବା ସହ ସର୍ବଶ୍ରୀ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦାସ, ତ୍ରିଦୀବ ନାୟକ, ଗୀତାଞ୍ଜଳି ସିଂହ, ବେଣୁଧର ସାହୁ, ଡ. ଲକ୍ଷ୍ମଣ ଚରଣ ବିଶ୍ଵାଳ, ନାରାୟଣ ଦାଶ, ରମେଶ ଜେନା, ଯୋଗେଶ ପ୍ରଧାନ, ନୃସିଂହ ନାୟକ, ଡ. ସାରଙ୍ଗଧର ତ୍ରିପାଠୀ, ରବିନାରାୟଣ ଭୋଳ, ଶାନ୍ତି ବିଶି, ବାସନ୍ତୀ ଦେ, ପ୍ରଭାକର ସାହୁ(ଖ), ଅଧ୍ୟାପକ ଜିତେନ୍ଦ୍ର ପଲେଇ, ଡକ୍ଟର ସନ୍ଧ୍ୟାରାଣୀ ବେରା ଓ ବସନ୍ତ ପ୍ରଧାନ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଶିବିରରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସଂପାଦକ କମଳାକାନ୍ତ ଦାଶ ମଂଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପକ ନିରଞ୍ଜନ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।