ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଅଟ୍ଟାଙ୍ଗଗୁଡା କ୍ଳଷ୍ଟରର ଯମୁନାସାଗର ଓ କୁଟେନପଦର ପ୍ରାଥମିକ ବିଦ୍ୟାଳୟଠାରେ ଛବିଳ ମଧୁ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏଥିରେ ସିଆରସିସି ବିଜୟ କୁମାର ଦାଶ ଓ ବିଶ୍ୱଜିତ ରାଏ ଯୋଗଦେଇ ପୁସ୍ତକଗୁଡ଼ିକୁ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିଥିଲେ। ଏହି ସମୟରେ କୁଟେନପଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସାଧନୀ ସାହୁ, ସହ ଶିକ୍ଷକ ଡିଲେଶ୍ୱର ରଣା, ଯମୁନାସାଗର ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ବହିଗୁଡିକୁ ଟାଙ୍ଗୀର ସ୍ୱେଚ୍ଛାସେବୀ ପ୍ରମୋଦ ବେହେରା ନାମକ ଜଣେ ବ୍ୟକ୍ତି ଯୋଗାଇଥିବା ବେଳେ ନୋଡାଲ ସିଆରସିସି ବିଶ୍ୱଜିତ ରାଏ ସଂଯୋଜନା କରୁଛନ୍ତି।