ଡବ୍ଲୁଓଡ଼ିସି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦେଲେ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁରଙ୍କ ଅନୁରୋଧ କ୍ରମେ କଳାହାଣ୍ଡି ଆସି ଷଷ୍ଠ ଶତାବ୍ଦୀର ଐତିହାସିକ ମୋହନଗିରି ସ୍ଥିତ ଶୈବପୀଠ ପରିଦର୍ଶନ କରିଛନ୍ତି। ମଦନପୁର ରାମପୁର ସହର ଠାରୁ ପ୍ରାୟ ୩୦ କିମି ଦୂରରେ ରହିଛି ମୋହନଗିରିର ପ୍ରାଚୀନ ଧବଳେଶ୍ଵର ଶୈବପୀଠ। ଶ୍ରୀ ଶ୍ରୀ ଧବଳେଶ୍ଵର ବାବାଙ୍କ ଦର୍ଶନ କରିବା ସହ ମନ୍ଦିର ଚତୁଃପାର୍ଶ୍ଵ ପରିଦର୍ଶନ କରି ସେ ବିମୋହିତ ହୋଇଥିଲେ। ମନ୍ଦିର ପାରିପାର୍ଶ୍ବିକ ଉନ୍ନତିକରଣ ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଅନୁଦାନ ଦିଆଯିବ ବୋଲି ଶ୍ରୀଯୁକ୍ତ ତ୍ରିପାଠୀ ପ୍ରତିଶୃତି ଦେଇଛନ୍ତି। ଅଧ୍ୟକ୍ଷ ଶ୍ରୀ ତ୍ରୀପାଠୀ ଶ୍ରୀ ଠାକୁରଙ୍କ ଅନୁରୋଧ ରକ୍ଷାକରି ମୋହନଗିରି ମନ୍ଦିର ଉନ୍ନୟନ ପାଇଁ ଅନୁଦାନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ କୃତଜ୍ଞତା ଜ୍ଞାପନ କହିଛନ୍ତି। ଏହି କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ଅଜିତ ମିଶ୍ର, ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ୱେଷା ରେଡ୍ଡୀ, ସିଡିଓ ଶ୍ରୀ ସଚିନ ପାଓ୍ବାର, ମରାମପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ସମନ୍ବୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.