ସଇଁତଲାରେ ନୂତନ ଥାନାଧିକାରୀଙ୍କ ଯୋଗଦାନ

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ସୁଶାନ୍ତ ପ୍ରଧାନ କାର୍ଯ୍ୟରେ ଯୋଗଦାନ କରିଛନ୍ତି। ସେ ପୂର୍ବରୁ ଲରମ୍ଭା ଥାନା ଅବସ୍ଥାପିତ ଥିଲେ। ସେହିପରି ଥାନା ସେକେଣ୍ଡ ଅଫିସର ସଂଗୀତା ବେକ ଙ୍କୁ ବଲାଙ୍ଗୀର ଟାଉନ ଥାନାକୁ ବଦଳି ହୋଇଥିବା ବେଳେ ବଲାଙ୍ଗୀର ସଦର ଥାନାରୁ ଗୁଇନ୍ଦୀ ଖାଁଖାଁ ଓ ତୁରେକେଲା ଥାନାରୁ ଲଛିନ୍ଦ୍ର ଚଲାନଙ୍କୁ ସଇଁତଲା ଥାନାକୁ ବଦଳି ହୋଇଛି। ଏହା ପୂର୍ଵରୁ ସଇଁତଲା ଥାନାଧିକାରୀ ଅବନୀ କୁମାର ସାହୁଙ୍କୁ ଟିଟିଲାଗଡ଼ ଥାନାକୁ ବଦଳି ହୋଇଛି। ଶ୍ରୀ ସାହୁ ଥିବା ସମୟରେ ସଇଁତଲା ଅଞ୍ଚଳର ଚୋରୀହାରୀ, ଡକାୟତି, ଲୁଟପାଟ ଭଳି ଅସାମାଜିକ କାର୍ଯ୍ୟକଳାପ ବନ୍ଦ ହୋଇଥିଲା। ଯାହା ଫଳରେ ସଇଁତଲା ଅଞ୍ଚଳବାସୀ ଶାନ୍ତିରେ ବସବାସ କରୁଥିଲେ। ତାଙ୍କ ବଦଳିକୁ ନେଇ ସହରବାସୀ ଙ୍କୁ ନିରାଶ କରିଦେଇଛି। କିନ୍ତୁ ନୂତନ ଭାବେ ଯୋଗଦାନ କରିଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସହରର ଆଇନ ଶୃଙ୍ଖଲା ସ୍ଥିତି ନିୟନ୍ତ୍ରଣ, ଅପରାଧୀମାନଙ୍କୁ ଦମନ କରିବା ସହ ଜନସାଧାରଣଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.