ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ପାଳନ ଅବସରରେ ବରପୁତ୍ରଙ୍କୁ ମାଲ୍ୟର୍ପଣ

ଯେଉଁଠି ଭାଷାକୁ ଅଧିକ ମହତ୍ୱ ମିଳିଛି ସେଠାରେ ବିକାଶ ଆଗେଇଛି -ଜିଲ୍ଳାପାଳ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ-୨୦୨୪ ପାଳନ ଅବସରରେ ରାୟଗଡା ଜିଲ୍ଳା ପ୍ରଶାସନ ଓ ଜିଲ୍ଳା ସଂସ୍କୃତି ବିଭାଗ ଦ୍ୱାରା ଜିଲ୍ଳା ସଦର ମହକୁମା ଠାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ ଶନିବାର ସକାଳ ୮ଟା ସମୟରେ ସ୍ଥାନୀୟ ମହାତ୍ମା ଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ଥିବା ଜାତୀୟ ପିତା ମହାତ୍ମା ଗାନ୍ଧୀ, ରାଷ୍ଟ୍ର ନାୟକ ଲାଲବାହାଦୁର ଶାସ୍ତ୍ରୀ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ବିନୋଭା ଭାବେଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରାୟଗଡା ଜିଲ୍ଳାପାଳ ମନୋଜ ସତ୍ୟବାନ ମହାଜନଙ୍କ ଉପସ୍ଥିତିରେ ଆଦିବାସୀ କଲ୍ୟାଣ ଓ ଆଇନ୍ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ଧୂପ ଦେଇ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ। ଇତିହାସରେ ଓଡିଆ ଭାଷାର ବହୁ ଐତିହ୍ୟ ଓ ଗୈାରବମୟ ଅଧ୍ୟାୟ ରହିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡିଆ ଭାଷାର ସତ୍ତା ବଜାୟ ରଖିବା ପାଇଁ ମହାପୁରୁଷମାନେ ଅତୀତରେ କେତେ ଯେ ପରିଶ୍ରମ କରିଛନ୍ତି, ବଳିଦାନ ଦେଇଛନ୍ତି ତାହା ଅତୁଳନୀୟ। କିନ୍ତୁ ବର୍ତ୍ତମାନର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟାର ଯୁଗରେ ଓଡିଆ ଭାଷା ନୂଆ ନୂଆ ଆହ୍ୱାନର ସମ୍ମୁଖୀନ ହେଉଅଛି। ଏଭଳି ଆହ୍ୱାନର ମୁକାବିଲା କରି ଓଡିଆକୁ ଅଧିକ ଉନ୍ନତ ଓ ଲୋକପ୍ରିୟ କରାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଆରମ୍ଭ ହୋଇଅଛି। ତେଣୁ ରାଜ୍ୟରେ ଓଡିଆ ଭାଷାର ସୁରକ୍ଷା, ବହୁଳ ପ୍ରଚାର ପ୍ରସାର ଓ ବ୍ୟବହାର ପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ତଥା ପ୍ରତ୍ୟେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରତିଯୋଗିତାମାନ କରାଯାଇ ପଦକ୍ଷେପ ଗ୍ରହଣ କରାଯାଉଛି ସେଥିପାଇଁ ମୁଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଆଇନ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିବା ସହ ରାୟଗଡା ଜିଲ୍ଳା ମଧ୍ୟ ଏକ ସୀମାନ୍ତବର୍ତ୍ତି ଜିଲ୍ଳା ହୋଇଥିବାରୁ ଏଠାରେ ମଧ୍ୟ ଅନ୍ୟ ଭାଷାଭାଷୀ ଲୋକେ ସେମାନଙ୍କ ମାତୃଭାଷାକୁ ବ୍ୟବହାର କରୁଥିବା ବେଳେ ଏଭଳି ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ କାର୍ଯ୍ୟକ୍ରମ ଦ୍ୱାରା ଓଡିଆ ଭାଷାର ବହୁଳ ବ୍ୟବହାର ହୋଇପାରିବ ବୋଲି କହିଛନ୍ତି। ସେହିପରି ଭାଷା ହେଉଛି ଆମର ଗୈାରବପୂର୍ଣ୍ଣ ଇତିହାସର ପରମ୍ପରାଗତ ସେତୁ ହିସାବରେ କାମ କରୁଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟକୁ ଯୋଡିବାରେ ମଧ୍ୟ ମୁଖ୍ୟ କାମ କରୁଛି। ତତ୍‌ସହିତ ଯେଉଁ ଜାଗାରେ ଭାଷାକୁ ଅଧିକ ମହତ୍ୱ ଦିଆଯାଇଛି ସେଠାରେ ବିକାଶ ଆଗକୁ ବଢିଛି ବୋଲି କହିଛନ୍ତି ଜିଲ୍ଳାପାଳ ଶ୍ରୀ ମହାଜନ୍।

Udyog Nursery
Udyogi Nursery

ଏଥିସହ ଜିଲ୍ଳାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଭିନ୍ନ ସ୍ଥାନରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ମାଧ୍ୟମରେ ଓଡିଆ ଭାଷାର ପ୍ରଚାରପ୍ରସାର ପାଇଁ କାର୍ଯ୍ୟକ୍ରମ କରାଯାଉଛି ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ଭାସ୍କର ଚନ୍ଦ୍ର ରଇତ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବେହେରା, ଏଡିଇଓ ଭଜନଲାଲ ମାଝି, ଏବିଡିଓ କାଳୁଚରଣ ନାୟକ, କ୍ରୀଡା ଶିକ୍ଷା ନିରୀକ୍ଷକ ହରିହର ପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ। ସେହିପରି ରାୟଗଡା ସହରରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ଡଃ. ବି.ଆର. ଆମ୍ବେଦକର, ବିଜୁ ପଟ୍ଟନାୟକ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ମଧୁସୂଦନ ଦାସ, ଶହୀଦ ଲକ୍ଷ୍ମଣ ନାୟକ, ଠକ୍କରବାପା ଭଳି ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ଜିଲ୍ଳାସ୍ତରୀୟ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରିଥିବା ବେଳେ ପୂର୍ବାହ୍ନ ୧୧ଟା ସମୟରେ ଜିଲ୍ଳାର ସମସ୍ତ ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ କାର୍ଯ୍ୟାଳୟ ଆଦିରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.