ଜାତୀୟ କୃମି ନାଶକ ଦିବସର ଶୁଭ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ରମେଶ ମେହେର): ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିନାପାଲି ଆନୁକୂଲ୍ୟର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁ ଠାରେ ଶନିବାର ଜାତୀୟ କୃମି ନାଶକ ଦିବସ ପାଇଁ ଔଷଧ ସେବନ କାର୍ଯ୍ୟକ୍ରମର ଶୁଭ ଉଦଘାଟନ ହୋଇଛି। ଉକ୍ତ ବୈଠକରେ ସ୍ଥାନୀୟ ପ୍ରଧାନ ଶିକ୍ଷକ ପ୍ରଣୟ କିଶୋର ମେହେର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ଗୋଷ୍ଠୀ ଚିକିତ୍ସା ଅଧିକାରୀ ଡାକ୍ତର ଶ୍ରୀମାନ ସାହୁ ମଞ୍ଚାସିନ ଥିଲେ ଏବଂ ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଭୈରବ ପାଣିଗ୍ରାହୀ, ଡାକ୍ତର ମନସ୍ୱନି ପଟ୍ଟନାୟକ, ପି.ଚ.ଇ.ଓ ଅଙ୍ଗଦ ରାମ ମାଝୀ, ବିପିଏମ ରତ୍ନମଣି ଭୁଏ, ଏମ.ଟି.ଏସ ଦିବ୍ୟ ରଞ୍ଜନ ନାଏକ, ସ୍ୱାସ୍ଥ୍ୟ କର୍ମୀ କୋଇନ୍ତା ଜଗତ, ପୁଷ୍ପକାନ୍ତ ନିଆଲ, ପ୍ରମୁଖ ମଂଚାସୀନ ଥିଲେ। ଆଜି ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ ତଥା ଗ୍ରାମରେ ଥିବା ୧ ରୁ ୧୯ ବର୍ଷ ର ସମସ୍ତ ଶିଶୁଙ୍କୁ କୃମି ନାଶକ ବଟିକା ଆଲବେଣ୍ଡାଜୋଲ ଖୁଆ ଯାଇଥିବା ବେଳେ ଆସନ୍ତା ୧୭ ତାରିଖରେ ଅବଶିଷ୍ଟ ଥିବା ଶିଶୁଙ୍କୁ ଔଷଧ ଖୁଆଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.