ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ ପ୍ରଶାସନିକ ପ୍ରାକ ପ୍ରସ୍ତୁତି ବୈଠକ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ୨୦୨୪ ନିମନ୍ତେ ବିଭିନ୍ନ ଟିମ୍ ଗଠନ ଓ କାର୍ଯ୍ୟ ପ୍ରସ୍ତୁତି ଉପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ପ୍ରାକ ପ୍ରସ୍ତୁତି ସମୀକ୍ଷା ବୈଠକ ଜିଲ୍ଲାପାଳ ସୁବର୍ଣ୍ଣପୁର ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ଟିମ୍‌ରେ ନିୟୋଜିତ ନୋଡାଲ ଅଧିକାରୀ ଓ ସହଯୋଗୀ ଅଧିକାରୀଙ୍କୁ ନିର୍ବାଚନକୁ ସ୍ବଚ୍ଛ, ଦୁର୍ନୀତୀମୁକ୍ତ ଓ ନିରପେକ୍ଷ କରିବା ପାଇଁ ସମସ୍ତେ ଯତ୍ନତାର ସହ ନିଷ୍ଠାପର ଭାବେ ନିଜ ନିଜର ଦାୟିତ୍ଵ ସମ୍ପାଦନ କରିବାକୁ ଜିଲ୍ଲାପାଳ ଶ୍ରୀମତୀ ଦାସ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ନିୟୋଜିତ ହେବାକୁ ଥିବା ମାନବ ସମ୍ବଳ ପରିଚାଳନା କମିଟି, ଟ୍ରେନିଂ ପରିଚାଳନା କମିଟି, ଏମସିଏମସି କମିଟି, ମ୍ୟାଟେରିଆଲ ପରିଚାଳନା କମିଟି, ଟ୍ରାନ୍ସପୋର୍ଟ ପରିଚାଳନା, ଆଇଟି ଓ କମ୍ପ୍ୟୁଟାରିଜେସନ, ମଡେଲ କୋଡ ଅଫ କଣ୍ଡକ୍ଟ, ଖର୍ଚ୍ଚ ସର୍ବେକ୍ଷଣ କମିଟି, ଇଲେକ୍ଟ୍ରାଲ ରୋଲ, ଭୋଟର ହେଲ୍ପଲାଇନ କମିଟିର ନୋଡାଲ ଅଧିକାରୀ ଓ ସହଯୋଗୀ ଅଧିକାରୀଙ୍କୁ ନେଇ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ରବୀନ୍ଦ୍ର ନାଥ କଁହର, ଅତିରିକ୍ତ ଜିଲ୍ଲାପାଳ (ଜେନେରାଲ) ଅଞ୍ଜଳିନା ପ୍ରଧାନ, ଉପଜିଲ୍ଲାପାଳ ସୋନପୁର ସୁରଜ କୁମାର ପଟ୍ଟନାୟକ, ଉପଜିଲ୍ଲାପାଳ ବୀରମହାରାଜପୁର ଲଲାଟେନ୍ଦୁ ସି, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ନିର୍ବାଚନ ଶାଖା ଅଧିକାରୀ ଯଶସ୍ବିନୀ ପୋଥାଳଙ୍କ ସହ କମିଟି ନୋଡାଲ ଅଧିକାରୀ ସହ ସମ୍ପୃକ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.