ବାଲିଗୁଡା ନିର୍ବାଚନ ମଣ୍ଡଳୀ : ସଂଖ୍ୟାଲଘୁ ଭୋଟରଙ୍କ ଉପରେ ବିଜେଡି ଓ କଂଗ୍ରେସର ନଜର

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ୨୦୨୪ ସାଧାରଣ ନିର୍ବାଚନ ପାଇଁ ନିର୍ବାଚନୀ ବିଗୁଲ ବାଜି ସାରିଛି । ବାଲିଗୁଡା ବିଧାନସଭା କ୍ଷେତ୍ରଟି ମେ ୨୦ ରେ ନିର୍ବାଚନ ତାରିଖ ଘୋଷଣା ହୋଇଥିବା ବେଳେ ଏବେ ବିଭିନ୍ନ ଦଳ ସେମାନଙ୍କ ରଣନୀତି ର ପେଢି ଖୋଲିବେ । କେଉଁ ବର୍ଗର ଲୋକଙ୍କୁ କିଭଳି ନିଜ ଭୋଟ ବ୍ୟାଙ୍କ ଭାବେ ଆପଣାଇବ ସେ ନେଇ କିପରି ଆକୃଷ୍ଟ କରାଯିବ ତାହାଏବେ ଠାରୁ ଆରମ୍ଭ ହୋଇଯାଇଛି । ବାଲିଗୁଡା ନିର୍ବାଚନ ମଣ୍ଡଳୀ ଅଧୀନରେ ବାଲିଗୁଡା, କ.ନୂଆଗାଁ, ତୁମୁଡିବନ୍ଧ, କୋଟଗଡ ବ୍ଲକ ସମେତ ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ରହିଛି l ଏଥିରେ ମୋଟ ୧ଲକ୍ଷ ୬୦ ହଜାର ଭୋଟର ରହିଛନ୍ତି । କନ୍ଧମାଳ ଲୋକସଭା କ୍ଷେତ୍ର ର ସବୁଠାରୁ କମ ଭୋଟର ରହିଥିବା ବିଧାନସଭା ନିର୍ବାଚନ ମଣ୍ଡଳୀ । ଏହି ନିର୍ବାଚନ ମଣ୍ଡଳୀରେ ସଂଖ୍ୟାଲଘୁ ଭୋଟରଙ୍କ ସଖ୍ୟ ୨୦ ରୁ ୩୦ ଶତକଡା ରହିଥିବାରୁ ଏହି ଭୋଟରଙ୍କୁ ନିଜ ଦଳ ପାଇଁ ଆକୃଷ୍ଟ କରିବା ପାଇଁ ବିଜେଡି ଓ କଂଗ୍ରେସ ନଜର ରଖିଛନ୍ତି। ବିଜେଡି ଓ କଂଗ୍ରେସ ଚଳିତ ନିର୍ବାଚନରେ ଜଣେ ସଂଖ୍ୟାଲଘୁଙ୍କୁ ପ୍ରାର୍ଥୀ କରିବା ପାଇଁ ଚିନ୍ତା କରୁଥିବା ଜଣାପଡିଛି । ସଂଖ୍ୟାଲଘୁ ଭୋଟର ବାଲିଗୁଡା ନିର୍ବାଚନ ମଣ୍ଡଳୀର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି ରଜନାତି ସମୀକ୍ଷକମାନେ କହୁଛନ୍ତି । ୨୦୧୯ ନିର୍ବାଚନରେ ସଂଖ୍ୟାଲଘୁ ଭୋଟର ଶାସକ ବିଜେଡି ଆଡକୁ ଯାଇଥିବାରୁ ବିଜୟୀ ହୋଇଥିବା ରାଜନୀତି ସମୀକ୍ଷକ ମାନେ କହୁଛନ୍ତି । ଚଳିତ ବର୍ଷ ସଂଖ୍ୟାଲଘୁ ଭୋଟରଙ୍କୁ ଶାସକ ବିଜେଡି ରଖିପାରିବ କି ନାହିଁ ତାହା ଏବେ ଠାରୁ କହିବା ମୁସକିଲ । ଗତ ଦୁଇ ସପ୍ତାହ ହେଲା ବିଜେଡି ଓ ବିଜେପି ମଧ୍ୟରେ ମେଣ୍ଟ ନେଇ ଦୁଇ ଦଳର ବରିଷ୍ଠ ନେତାଙ୍କ ମଧ୍ୟରେ ଆଲୋଚନା ଚାଲିଛି । ଫଳରେ ମେଣ୍ଟକୁ ନେଇ ସବୁଆଡେ ଦୁଇ ଦଳର କର୍ମୀ, କୁଜିନେତା, ଓ ଲୋକଙ୍କ ମଧ୍ୟରେ ନନା କଳ୍ପନା ଜଳ୍ପନାରେ ପୂର୍ଣ୍ଣଛେଦ ବର୍ତ୍ତମାନ ସୁଦ୍ଧା ପଡି ପାରିନାହିଁ l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.