ମାସିକ ପାରିତୋଷିକ ଦାବି କଲେ ନର୍ଲା ବ୍ଲକ ଓ୍ବାର୍ଡମେମ୍ବର ସଂଘ: ବିଶାଳ ଶୋଭାଯାତ୍ରା, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ପଞ୍ଚାୟତିରାଜ ବ୍ୟବସ୍ଥାରେ ସରକାର ସରପଞ୍ଚ, ନାଏବ ସରପଞ୍ଚଙ୍କ ସହ ଅନ୍ୟାନ୍ୟ ଲୋକପ୍ରତିନିଧିଙ୍କ ମାସିକ ପାରିତୋଷିକ ବଢ଼ାଇ ଦେଇଥିବାବେଳେ ତୃଣମୂଳ ସ୍ତରରେ କାମ କରୁଥିବା ୱାର୍ଡ଼ମେମ୍ବର ମାନଙ୍କ ମାସିକ ପାରିତୋଷିକ ରଖି ନାହାନ୍ତି। ଯାହାକୁ ନେଇ ନର୍ଲା ବ୍ଲକ ଓ୍ବାର୍ଡମେମ୍ବର ସଂଘ ପକ୍ଷରୁ ମାସିକ ପାରିତୋଷିକ ୩୫୦୦ ଟଙ୍କା କରିବା ପାଇଁ ଦାବି କରାଯାଇଛି। ଶନିବାର ନର୍ଲା ବ୍ଲକ ସଭାପତି ମାର୍କଣ୍ଡ ଜାଲଙ୍କ ନେତୃତ୍ୱରେ ଓ୍ବାର୍ଡମେମ୍ବର ମାନେ ନର୍ଲା ଚାରିଛକରୁ ଏକ ବିଶାଳ ଶୋଭାଯାତ୍ରାରେ ଯାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସଂଘର ସଭାପତି ମାର୍କଣ୍ଡ ଜାଲ, ସାଧାରଣ ସମ୍ପାଦକ ହରିହର ଭୋଇ, କୋଷାଧ୍ୟକ୍ଷ ଦୁଷ୍ମନ୍ତ ଗଡତିଆ, ପିତବାସ ଖାଡଙ୍ଗା, ଭୂମୀସୂତା ଜାଲ, ରେବ ସାହୁ, ଧନମତ ସାହୁ, ଧର୍ମୁ ମାଝୀଙ୍କ ସମେତ ୨୬ ଗୋଟି ପଞ୍ଚାୟତର ଶତାଧିକ ଓ୍ବାର୍ଡମେମ୍ବର ଉପସ୍ଥିତ ଥିଲେ। ୱାର୍ଡ଼ ମେମ୍ବର ମାନେ ପଦବୀରେ ଥାଇ ମୃତ୍ୟୁ ବରଣ ଓ ଦୁର୍ଘଟଣା ଜନିତ ଅକ୍ଷମତା ହେଲେ ସହାୟତା, ଆଂଶିକ ଦୁର୍ଘଟଣା କ୍ଷେତ୍ରରେ ସହାୟତା, ଆଜୀବନ ଭତ୍ତା, ଗ୍ରାମ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟ ୱାର୍ଡ଼ ମେମ୍ବର ମାନଙ୍କ ଜରିଆରେ କରାଯାଉ,  ଭତ୍ତା ୪୮୦ ବଦଳରେ ମାସିକ ୩୫୦୦ ଟଙ୍କା ପାରିତୋଷିକ ପ୍ରଦାନ କରାଯାଉ ଆଦି ଦାବି ରହିଛି। ଏନେଇ ନର୍ଲା ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି। ଆଗାମୀ ଦିନରେ ଦାବି ପୂରଣ ନହେଲେ ଗ୍ରାମାଞ୍ଚଳରୁ ଭୁବନେଶ୍ୱର ଲୋୟର ପିଏମଜି ପର୍ଯ୍ୟନ୍ତ ଧାରଣାରେ ବସିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ବନ୍ଦ କରିବା ଏବଂ ପଞ୍ଚାୟତ ରାଜ ବିଭାଗରେ ଥିବା ସମସ୍ତ କାର୍ଯ୍ୟରେ ଅସହଯୋଗ କରିବା ପାଇଁ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। 

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.