କଳାହାଣ୍ଡିର ଏଫପିସି ଗୁଡ଼ିକ ପାଇଁ ଆର୍ଥିକ ପରିଚାଳନା ଓ ଶାସନ ଉପରେ ଦୁଇଦିନିଆ ପ୍ରଶିକ୍ଷଣ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନାବାର୍ଡ ଓ ଭାରତ ସରକାରଙ୍କ ସହଯୋଗରେ, ସିବିବିଓ, ମହାଶକ୍ତି ଫାଉଣ୍ଡେସନ ଦ୍ୱାରା ୧୦,୦୦୦ ଏଫପିଓ ଗଠନ ଓ ପ୍ରଚାର ଯୋଜନା ଅନ୍ତର୍ଗତ କଳାହାଣ୍ଡି ଜିଲ୍ଲାର କୃଷକ ଉତ୍ପାଦକ କମ୍ପାନୀ (ଏଫପିସି) ମାନଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ କର୍ମଚାରୀମାନଙ୍କ ପାଇଁ “ଆର୍ଥିକ ପରିଚାଳନା ଏବଂ ସୁ-ଶାସନ” ବିଷୟରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଟେଲ ବିନାୟକରେ ଆୟୋଜିତ ହୋଇଥିଲା। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ନାବାର୍ଡ, କଳାହାଣ୍ଡିର ଜିଲ୍ଲା ବିକାଶ ପ୍ରବନ୍ଧକ (ଡିଡିଏମ) ମହେଶ୍ୱର ଦାଶଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା। ପ୍ରଶିକ୍ଷଣର ବିଷୟ ଗୁଡ଼ିକୁ ମୋହନ କୁମାର ବଳିୟାରସିଂହ, ହୃଷିକେଶ ସାହୁ, ରାଜେନ୍ଦ୍ର ମେହେର ଓ ଜଗଦୀଶ ପ୍ରସାଦ ଦାଶ ଅଭିଜ୍ଞ ସମ୍ପଦ ବ୍ୟକ୍ତି ଭାବେ ତାଲିମକୁ ସଂଚାଳନା କରିଥିଲେ।ପ୍ରଶିକ୍ଷଣରେ କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ଆର୍ଥିକ ପରିଚାଳନା, ଡିଜିଟାଲ ସାକ୍ଷରତା, ବୋର୍ଡ଼ ଅଫ ଡିରେକ୍ଟର ଓ କର୍ମଚାରୀ ମାନଙ୍କର ଭୂମିକା ଓ ଦାୟିତ୍ୱ, ସହଯୋଗ ଓ ନେଟୱର୍କିଂ, ସହିତ ଆରଓସି ଫାଇଲିଂ, ଜିଏସଟି ଓ ଆୟକର ରିଟର୍ଣ୍ଣ ଭଳି ଆଇନଗତ ଅନୁସରଣ ବିଷୟରେ ଆଲୋଚନା କରାଯାଇଥିଲା। ଆଗାମି ଦିନରେ ଏଫପିଓ ଗୁଡିକ କିପରି ଦୃଢ଼ ଓ ସ୍ୱାବଲମ୍ବୀ ହେବା ସହିତ ଚିରସ୍ଥାୟୀ ହୋଇପାରିବେ ସେ ବିଷୟ ରେ ତାଲିମଦାତା ଗୁରୁତ୍ୱ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା କୃଷକ ଉତ୍ପାଦକ କମ୍ପାନୀ ମାନଙ୍କର ଶାସନ ପ୍ରଣାଳୀକୁ ମଜବୁତ କରିବା ସହ ସେମାନଙ୍କର ଆର୍ଥିକ ଓ ପ୍ରବନ୍ଧନ କ୍ଷମତାକୁ ଉନ୍ନତ କରିବା। କାର୍ଯ୍ୟକ୍ରମ ପରିଚାଳନାରେ ପ୍ରବୀଣ ସେନାପତି ସହଯୋଗ କରିଥିବା ବେଳେ ଦେବେନ୍ଦ୍ର ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.