ଯୁଗଳ ପଟ୍ଟନାୟକଙ୍କୁ ଚଳିତ ବର୍ଷର ପ୍ରେରଣା ଦାୟୀ ବ୍ୟକ୍ତିତ୍ଵ ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ମହାଶକ୍ତି ଫାଉଣ୍ଡେସନର ସହ ପ୍ରତିଷ୍ଠାତା ଶ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କୁ ସାମାଜିକ ସେବା କ୍ଷେତ୍ରରେ ଅତୁଲ୍ୟ ଅବଦାନ ପାଇଁ ୨୦୨୫ ବର୍ଷ ପାଇଁ ଶ୍ରେଷ୍ଠ ପ୍ରେରଣା ଦାୟୀ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ବସ୍ତି ହୋଟେଲ ଠାରେ ”ଦି ଇଣ୍ଟରଭ୍ୟୁ ଟାଇମ୍ସ” ତରଫରୁ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ନିୟୁଜଲ୍ୟାଣ୍ଡର ଏକଲାଣ୍ଡ କନ୍ ସୋଲ ଜେନେରାଲ ଥିବା ମଦନ ମୋହନ ସେଠି, ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ସୁଜିତ୍ କୁମାର, ନିରଞ୍ଜନ ବିଶି, ବିଧାୟକ ଆକାଶ ଦାସ ନାୟକ, ଇଣ୍ଟର ଭ୍ୟୂ ଟାଇମ୍ସର ଅଧକ୍ଷ ସୁବାଷିଶ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇଥିଲେ। ଦୀର୍ଘ ୩୫ ବର୍ଷ ଧରି ଯୁଗଳ କିଶୋର ପଟ୍ଟନାୟକ ମହାଶକ୍ତି ଫାଉଣ୍ଡେସନ ତଥା ଅନୁବନ୍ଧିତ ଅନୁଷ୍ଠାନ ମାଧ୍ୟମରେ ଓଡ଼ିଶାର ଅର୍ଥନୈତିକ ସୀମାରେଖା ତଳେ ଥିବା ୨ ଲକ୍ଷ୍ୟ ପରିବାରର ଜୀବନ ଜୀବିକାର ବିକାଶ ପାଇଁ ନିଷ୍ଠାପର ଭାବେ କର୍ଯ୍ୟ କରିବା ସହ ୬୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ କର୍ମ ସଂସ୍ଥାନ ବ୍ୟବସ୍ଥା କରୁଛନ୍ତି। ଏହି ଉଲ୍ଲେଖନୀୟ ପ୍ରୟାସ ପାଇଁ ତାଙ୍କୁ ଚଳିତ ବର୍ଷ ପାଇଁ ସାମାଜିକ କ୍ଷେତ୍ରରେ ଶ୍ରେଷ୍ଠ ପ୍ରେରଣା ଦାୟୀ ବ୍ୟକ୍ତିତ୍ଵ ଭାବେ ସମ୍ମାନିତ କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.