ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ରୁପ୍ରା ପଞ୍ଚାୟତର ଧଅଁରାମାଲ (ପିପୋଲପଡା) ମାଁ ତାରିଣୀ ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଭକ୍ତିମୟ ପରିବେଶ ମଧ୍ୟରେ ପଣା ସଂକ୍ରାନ୍ତି ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଶନିବାର କଳସଯାତ୍ରା ଓ ରବିବାର ମାଁ ତାରିଣୀଙ୍କ ପୂଜା ଆରମ୍ଭ, ପଣା ବଣ୍ଟନ, ମଧ୍ୟାହ୍ନରେ ପ୍ରସାଦ ସେବନ ସହ ରାତିରେ ଦଣ୍ଡ ନୃତ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ପୂଜକ ଭାବେ ରାଜୀବ ମାଝୀ, କର୍ତ୍ତା ଭାବରେ ସୁଦାମ ଗଉଡ ଓ ତାଙ୍କ ଧର୍ମପତ୍ନୀ ସେବତୀ ଗଉଡ ଦାଇତ୍ୱ ନିର୍ବାହ କରିଥିଲେ। ରଙ୍ଗା ଗଉଡ, ଭାଗିରଥି ଗଉଡ, ରାଜ୍ ଯାଦବଙ୍କ ସମେତ ଗ୍ରାମବାସୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ପଣା ସଂକ୍ରାନ୍ତି ଯାତ୍ରାରେ ଶହ ଶହ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମାଗମ ହୋଇଥିଲା।