ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲା ସଦର ମହକୁମା ସିରତୋଲ ସ୍ଥିତ ବାବା ସାହେବ ଭୀମ ରାଓ ଆମ୍ବେଦକର ଛକ ଠାରେ ୫ଟି ସମାଜ ଏକତ୍ରିତ ହୋଇ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରିଛନ୍ତି। ଏକ ବିଶାଳ ଶୋଭାଯାତ୍ରାରେ ବାହାରି ପ୍ରଥମେ ନୂଆପଡା ନଗର ପରିକ୍ରମା କରିବା ପରେ ଖରିଆର ରୋଡ ନଗର ମଧ୍ୟ ପରିକ୍ରମା କରିଥିଲେ। ଏହା ପରେ ଖରିଆର ରୋଡ ସ୍ଥିତ ବାବା ସାହେବ ଭୀମ ରାଓ ଆମ୍ବେଦକର ଛକ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଡିଡିଏମ (ଦଳିତ ଡେଭଲପମେଣ୍ଟ ମିଶନ) ସଭାପତି ଦିଲୀପ ନିର୍ମଲକରଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧକ୍ଷା ଦୀପିକା ଦୀପ, ରାଧେଶ୍ୟାମ ବାଗ, ରବୀନ୍ଦ୍ର ମଙ୍ଗରାଜ, କାର୍ତିକ ଦୀପ, ଉଗ୍ରେସନ ତାଣ୍ଡି, କମିଟିର ଉପ ସଭାପତି ଲଲ୍ଲୁ ସତନାମୀ, ସରପଞ୍ଚ ଟାନୱାଟ ଜୟରାମ ସତନାମୀ, ମୋତିଲାଲ ଉଜିର, କବିତା ଚୌହାନ, ମୁରଲୀ ସୁନା, ଘୁନେଶ୍ୱର ତାଣ୍ଡି, ଅରଖରାମ ପାଣ୍ଡେ, ଟିକେଲାଲ ବାଗ, ରାଧେଶ୍ୟାମ ବାଗ, ରିଙ୍କୁ ତାଣ୍ଡି, ଭୋଳାନାଥ ତାଣ୍ଡି, ଆଭାସ ନିଆଲ, ଗୋବିନ୍ଦ ଚୌହାନ ପ୍ରମୁଖ ଏବଂ ସମାଜର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ପାଞ୍ଚୋଟି ସମାଜ ଚୌହାନ ଗଣ୍ଡା ସମାଜ, ରଜକ ଧୋବୀ ସମାଜ, ସତନାମୀ ସମାଜ, ବେନକା ଦାଶ ସମାଜ, ସହିସ ସମାଜର ବିଭିନ୍ନ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିଥିଲେ। ବକ୍ତାଗଣ ସମାଜରେ ଶିକ୍ଷା, ସ୍ୱାସ୍ଥ୍ୟ, ମଜବୁତ ଆର୍ଥିକ ସ୍ଥିତି ସୁଧାର ପାଇଁ କାମ କରିବା ପାଇଁ ସମସ୍ତ ଜନସାଧାରଣଙ୍କ ପାଇଁ କାର୍ଯ୍ୟ କରିବୁ ବୋଲି ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବାର୍ତ୍ତା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.