ଆମ ପୋଲିସ ସମିତି ବୈଠକ : ସାମାଜିକ ଶୃଙ୍ଖଳା ଉପରେ ଗୁରୁତ୍ବ

କଳାହାଣ୍ଡି,୨୮/୬ : ମ.ରାମପୁର ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଥାନାଧିକାରୀ ରେଣୁକା ସୁନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଇଯାଇଛି । ଉକ୍ତ ବୈଠକରେ ପୋଲିସ ସମିତିର ସଦସ୍ୟ, ପଂଚାୟତରାଜ ସଭ୍ୟ, ବୁଦ୍ଧିଜୀବି ଉପସ୍ଥିତ ରହି ମ.ରାମପୁରଠାରେ ଚାଲୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ପ୍ରତି ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ଏବଂ ପେଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ମ.ରାମପୁର ଅଂଚଳର ବିଭିନ୍ନ ମନ୍ଦିର ତଥା ଜନସାଧାରଣ ଦ୍ୱାରା ବ୍ୟବହୃତ ସ୍ଥାନମାନଙ୍କରେ ମଦ୍ୟପଙ୍କ ଆଡ୍ଡାକୁ ନଜର ଦେବା ସହ ଅନ୍ୟ ସମସ୍ତ ସାମାଜିକ ଶୃଙ୍ଖଳା ବିଷୟରେ ଆଲୋକପାତ କରାଯାଇଥିଲା । ପୋଲିସ ଏସ୍ଆଇ ଫ୍ଲୁରେନ୍ସ ଲାକ୍ରା, ଏଏସଆଇ କ୍ଷୀରସିନ୍ଧୁ ମାଝୀ, ଜୟଶଙ୍କର ଆଚାର୍ଯ୍ୟ, ଅକ୍ଷୟ କୁମାର ଜାଲ ପ୍ରମୁଖ ଉପସ୍ଥିତ ରହିଥିବାବେଳେ ମ.ରାମପୁର ସରପଂଚ ଚିତ୍ତରଂଜନ ବାଗ, ପଣ୍ଡକାମାଲ ସରପଂଚ ତଥା ସରପଂଚ ସଂଘ ସଭାପତି କାମଦେବ ସାହୁଙ୍କ ସମେତ ଅନ୍ୟମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।

 

ସ୍ବତନ୍ତ୍ର ପ୍ରତିନିଧି ହେମନ୍ତ ସାହୁଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.