କଲମପୁର ବ୍ଲକର ସମସ୍ତ ସ୍କୁଲରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ

କଲମପୁର,୨୯/୬ : କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ସମସ୍ତ ସ୍କୁଲ ମାନଙ୍କରେ ଶୁକ୍ରବାର ଛାତ୍ରୀଛାତ୍ର ମାନଙ୍କ ଅଭିଭାବକ ମାନଙ୍କୁ ନେଇ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଛାତ୍ରୂୀଛାତ୍ର କର୍ତ୍ତା ମାନେ ଯୋଗଦାନ କରିଥିଲେ । ସମ୍ମିଳନୀରେ ଉଜ୍ୱଳ ଉତ୍ଥାନ ବିଶୟରେ ୪୦ ଦିନର କାର୍ଯ୍ୟକ୍ରମରେ ଶତ ପ୍ରତିଶତ ଛାତ୍ରୀଛାତ୍ର ସ୍କୁଲରେ ଉପସ୍ଥିତି ରହିବା ନିତ୍ୟାନ୍ତ ଆବଶ୍ୟକ, ଅଭିଭାବକ ଓ ଶିକ୍ଷକ ଙ୍କ ମଧ୍ୟରେ ସୌହାର୍ଘ ପୂର୍ଣ୍ଣ ବାତାବରଣର ସମ୍ମନ୍ୱୟ ରକ୍ଷାକରିବା, ଶିକ୍ଷାଦାନରେ ଶିକ୍ଷକଙ୍କ ଭୂମିକା, ଉପସ୍ଥାନ ଶତ ପ୍ରତିଶତ, ବର୍ଷା ଦିନେ ବିଭିନ୍ନ ରୋଗର ସଚେତନତା ବିଷୟରେ ବାର୍ତ୍ତା ଏବଂ ବୃକ୍ଷରୋପଣ ବିଶୟରେ ଅବଗତ କରାଯାଇଥିଲା । ସ୍କୁଲ ମାନଙ୍କରେ କଲମପୁର ବିଇଓ ନବିନ କୁମାର ଖମାରୀ, ଏବିଇଓ ଗୌରାଙ୍ଗ ଚରଣ ବିଶ୍ୱାସ ଏବଂ ୬ ଜଣ ସିଆର୍ସିସି କାର୍ଯ୍ୟକ୍ରମକୁ ଯାଇ ସମ୍ମିଳନିରେ ଭାଗନେଇଥିଲେ । କଲମପୁର ବ୍ଲକର ସମସ୍ତ ସ୍କୁଲର ଶିକ୍ଷୟତ୍ରୀ ଶିକ୍ଷକ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରରୁରୁପେ ତୁଲାଇଥିଲେ ।

କଲମପୁରରୁ ତୁଲାରାମ ବେହେରାଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.