ଅତ୍ୟଧିକ ମଦ୍ୟପାନ କିମ୍ବା ଅପମିଶ୍ରିତ ମଦ୍ୟପାନ  ମୃତ୍ୟୁକୁ ହାତଠାରି ଡାକିବା ସଙ୍ଗେ ସମାନ

ନିଶା ମଣିଷକୁ ଶବ କରିଦିଏ । ମଦ୍ୟପାନ ମଣିଷ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଅତ୍ୟଧିକ ମଦ୍ୟପାନ ତଥା ଅପମିଶ୍ରିତ ମଦ୍ୟପାନ ଫଳରେ ମଣିଷର ସ୍ୱାସ୍ଥ୍ୟହାନି ହେବା ସହ ଜୀବନ ଚାଲି ଯାଉଛି । କେତେକ ଖଳ ପ୍ରକୃତିର ଲୋକ ଅପମିଶ୍ରିତ ମଦ ତିଆରି କରି ଅନେକ ମୂଲ୍ୟବାନ ଜୀବନ ନଷ୍ଟ କରିଦେଉଛନ୍ତି । ଦେଶୀ ମଦକୁ ବିଦେଶୀ ମଦରେ ପରିଣତ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବାର ନିଶା ଏବେ ଏମାନଙ୍କୁ ଘାରିଛି । ନକଲି ଔଷଧ ଭଳି ନକଲି ମଦ ବିଭିନ୍ନ ପେଟ ରୋଗ ସୃଷ୍ଟିର ମୂଳ କାରଣ । ବାରମ୍ବାର ଧରପଗଡ ସତ୍ତେ କେତେକ ବ୍ୟକ୍ତି ଗୁଡ ପିଡିଆ ଆଦି ବିଭିନ୍ନ ନିମ୍ନ ମାନର ସାମଗ୍ରୀରେ ଅପମିଶ୍ରିତ ମଦ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛନ୍ତି ।

ଅତ୍ୟଧିକ ମଧ୍ୟପାନ କିମ୍ବା ଅପମିଶ୍ରିତ ମଦ୍ୟପାନ ମଣିଷର ମୃତ୍ୟୁକୁ ଡାକିବା ସଦୃଶ । ଅସାଧୁ ବ୍ୟକ୍ତି ଗଞ୍ଜେଇ, ଅଫିମ, ନିଶା ଟାବଲେଟ, କଫସିରଫ ଭଳି ମାଦକ ଦ୍ରବ୍ୟର ବିକ୍ରି କରିବା ଫଳରେ ସେଗୁଡିକ ସେବନ କରି କୋମଳମତି ଯୁବକ ଯୁବତୀ ପଥଭ୍ରଷ୍ଟ ହେଉଛନ୍ତି । ଫଳରେ ପିଲା ମାନଙ୍କର ଭବିଷ୍ୟତ ଅନ୍ଧାରମୟ ହୋଇଯାଇଛି । ବେଆଇନ ଭାବେ ଚୋରାରେ ପ୍ରସ୍ତୁତ ଏବଂ ବିକ୍ରି ହେଉଥିବା ମାଦକ ଦ୍ରବ୍ୟର ସ୍ଥାନ ଓ ପ୍ରସ୍ତୁତ କରୁଥିବା ବ୍ୟକ୍ତିମାନଙ୍କ ସମ୍ପକୟଙ୍କର ସଚେତନ ନାଗରିକ ଜିଲା ପ୍ରଶାସନ,
ଅବକାରୀ ବିଭାଗ ତଥା ପୁଲିସ ପ୍ରଶାସନକୁ ସୂଚନା ପ୍ରଦାନ କରି ଦେଶ ପ୍ରତି ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ନିର୍ବାହ କରିବାକୁ ବିଭାଗୀୟ ଅଧିକାରୀ ଆହ୍ୱାନ ଦେଇଛନ୍ତି । ମଦ୍ୟପାନ କରି ଗାଡି ଚଲାଇବା ଫଳରେ ଅନେକ ଦୁର୍ଘଟଣା ଘଟି ଧନ ଜୀବନ ହାନି ଘଟୁଛି । ସର୍ବସାଧାରଣଙ୍କ ଉର୍ଦ୍ଦିଷ୍ଟ ସ୍ଥାନରେ ମଦ୍ୟପ ବ୍ୟକ୍ତି ଘୁରି ବୁଲିବା ଯୋଗୁଁ ସାଧାରଣ ଲୋକଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ ।

ଦିନକୁ ଦିନ ନିଶାଖୋର ସଂଖ୍ୟା ବୃଦ୍ଧି ପାଉଥିବାରୁ ସମାଜରେ ବିଶୃଙ୍ଖଳିତ ପରିବେଶ ସୃଷ୍ଟି ହେଉଛି । ସାରା ରାଜ୍ୟରେ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି । ମଜୁରିଆ ମୂଳ ଲାଗି ଟଙ୍କା ରୋଜଗାର କରୁଥିବା ବେଳେ ମଜୁରୀ ଟଙ୍କାର ଅଦ୍ଧାଧିକ ଟଙ୍କା ମଦ ପିଇ ଦେଉଥିବାରୁ ଘରେ କଳି ହେଉଛି । ଏହା ସହିତ ଚୋରି, ଲୁଟ୍‍, ହତ୍ୟାକାଣ୍ଡ ଘଟୁଛି । ପ୍ରତ୍ୟେକ ନାଗରିକ ଏନେଇ ସଚେତନ ହେବା ଆବଶ୍ୟକ । ନିଶାକୁ ନା କହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ଏନେଇ ସଚେତନ କରିବାର ଆବଶ୍ୟକତା ରହିଛି । ଦେଶରୁ ନିଶା ନିବାରଣ ପାଇଁ ପ୍ରତ୍ୟେକ ନାଗରିକ ପ୍ରଥମେ ନିଜେ ସଚେତନ ହୋଇ ଅନ୍ୟ ମାନଙ୍କୁ ସଚେତନ କରାଇବା କର୍ତ୍ତବ୍ୟ ହେବା ଆବଶ୍ୟକ । ବ୍ୟାପକ ସଚେତନତା ନିଶା କାରବାର ରୋକିବାରେ ସହାୟକ ହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି ।

 

ଉପସ୍ଥାପନା

ସୁଶାନ୍ତ କୁମାର ସାହୁ

ଜିଲ୍ଲା ପ୍ରତିନିଧି ସୋନପୁର

For latest news & updates, click on bell button and subscribe to notifications.
Like us on Facebook👇

http://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.