କରଞ୍ଜକୋଟଠାରେ ବିଜେଡିର ସମୀକ୍ଷା ବୈଠକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟଠାରେ ବିଜେଡି ଦଳର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜୁନାଗଡ ନିର୍ବାଚନ ମଣ୍ଡଳୀ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଯୋଗଦେଇ ଆଗାମୀ ଦିନରେ ଦଳକୁ କିପରି ଆହୁରି ମଜବୁତ କରିହେବ ସେ ବିଷୟରେ ଆଲୋଚନା କରିଥିଲେ । ବିଗତ ଦିନରେ ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକରେ ହୋଇଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟଗୁଡିକର ସମୀକ୍ଷା କରିଥିବା ବେଳେ ଆଗମୀ ଦିନରେ ବ୍ଲକରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ ହେବ ବୋଲି କହିଥିଲେ । ବିଗତ ଦିନରେ ବ୍ଲକରେ ରାସ୍ତା, ବିଜୁଳୀ, ପାନୀୟ ଜଳ, ଜମିକୁ ଜଳସେଚନ, ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟଗୁଡିକ ଅନେକାଂଶରେ ସମାପନ ହୋଇଥିବା ବେଳେ ବାକି ଥିବା କାମ ଗୁଡିକ ଯଥାଶିଘ୍ର ସମାପନ ହେବ ବୋଲି କହିଥିଲେ । ଉକ୍ତ ଅବସରରେ ବିଗତ ନିର୍ବାଚନ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସୂଚନାଯୋଗ୍ୟ ଯେ ବିଗତ ନିର୍ବାଚନରେ ବିଜେଡି ଦଳ କେଗାଁ ଜିଲ୍ଲା ପରିଷଦ ଜୋନରେ ସମସ୍ତ ଜୋନଠାରୁ ଅଧିକ ଭୋଟ ମିଳିଥିଲା । ଏଥି ପୂର୍ବରୁ ବିଜେଡି କର୍ମକର୍ତ୍ତାମାନେ ବିଧାୟକ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କେଗାଁ ଜିଲ୍ଲା ପରିଷଦ ଜୋନ ଶତାଧିକ ବିଜେଡି କର୍ମୀ ଯୋଗ ଦେଇଥିବା ବେଳେ ବ୍ଲକରୁ ମଧ୍ୟ ଅନେକ ବରିଷ୍ଠ କର୍ମୀ ଯୋଗଦେଇ ନିଜର ମତାମତ ରଖିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.